ଫ୍ଳାଟ୍‌ ଦେବାକୁ କହି କୋଟି କୋଟି ଟଙ୍କା ଠକି ନେଲେ ଡାକ୍ତର, ଗିରଫ କଲା ପୋଲିସ

ମାଲସାନି ପେଟା ଅଞ୍ଚଳର ଦାନ୍ତ ଡାକ୍ତର ଡି. ଉତ୍ତମ କୁମାର ଗିରଫ ହୋଇଛନ୍ତି । ଭୁବନେଶ୍ୱରରେ ୟୁଏମ୍‌ଏସ୍‌ ପ୍ରାଇଭେଟ ଲିମିଟେଡ୍‌ ନାଁରେ ସଂସ୍ଥା ଖୋଲି ଠକିଥିଲେ ।ବ୍ରହ୍ମପୁରର ଜଣେ ସୁନା ବେପାରୀ ଓ ତାଙ୍କ ପୁଅଙ୍କଠୁ ୨ କୋଟି ଠକିଥିଲେ

ବ୍ରହ୍ମପୁର(କେନ୍ୟୁଜ୍): ଫ୍ଳାଟ୍‌ ଦେବାକୁ କହି ଠକେଇ । ଗିରଫ ହେଲେ ଡାକ୍ତର । ବ୍ରହ୍ମପୁରରେ ଫ୍ଲାଟ୍‌ ଦେବାକୁ କହି କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣେ ଡାକ୍ତରଙ୍କୁ ଗିରଫ କରିଛି ବଡ଼ବଜାର ଥାନା ପୋଲିସ । ମାଲସାନି ପେଟା ଅଞ୍ଚଳର ଦାନ୍ତ ଡାକ୍ତର ଡି. ଉତ୍ତମ କୁମାର ଗିରଫ ହୋଇଛନ୍ତି । ଭୁବନେଶ୍ୱରରେ ୟୁଏମ୍‌ଏସ୍‌ ପ୍ରାଇଭେଟ ଲିମିଟେଡ୍‌ ନାଁରେ ସଂସ୍ଥା ଖୋଲି ଠକିଥିଲେ । ବ୍ରହ୍ମପୁରର ଜଣେ ସୁନା ବେପାରୀ ଓ ତାଙ୍କ ପୁଅଙ୍କଠୁ ୨ କୋଟି ଠକିଥିଲେ ଡାକ୍ତର ଡି. ଉତ୍ତମ କୁମାର । ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ୍‌ । ଅନ୍ୟପଟେ ଏହି ଘଟଣାରେ ବାଣପୁରର ଜଣେ ସାମ୍ବାଦିକଙ୍କୁ ଅଟକ ରଖିଛି ପୋଲିସ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.