Below header

ଲକ୍‌ଡାଉନ୍‌ରେ ମାତିଛନ୍ତି ଚୋରା ମଦ ବେପାରୀ : ଟାଙ୍ଗୀ ଅବକାରୀ ବିଭାଗ ଚଢ଼ାଉ,୩ ଚୋରାମଦ ବେପାରୀ ଗିରଫ

ଟାଙ୍ଗୀ(କେନ୍ୟୁଜ୍): କରୋନା ଭାଇରସ୍‌ କାରଣରୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଥିବା ବେଳେ ଏହି ସମୟରେ ସକ୍ରୀୟ ହୋଇଛନ୍ତି ଚୋରା ମଦ ବେପାରୀ । ପୋଲିସ୍‌ ଏବଂ ଅବକାରୀ ବିଭାଗର ନିୟମିତ ପେଟ୍ରୋଲିଂ ମଧ୍ୟ ଚୋରା ବେପାରୀଙ୍କୁ ରୋକିବାରେ ସକ୍ଷମ ହେଉନାହିଁ । ତେବେ ବୁଧବାର ଦିନ ଟାଙ୍ଗୀ ଅବକାରୀ ବିଭାଗକୁ ମିଳିଛି ସଫଳତା । ଟାଙ୍ଗୀ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୩ ଜଣ ଚୋରାମଦ ବେପାରୀଙ୍କୁ ଗିରଫ କରାଯାଇଛି । ତିନଜଣଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ନିକଟରୁ ୧୭ ଲିଟର ମହୁଲୀ, ୨୩  ଲିଟର ବିଅର ଏବଂ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି । ଗିରଫ ତିନ ଜଣ ହେଉଛନ୍ତି ଟାଙ୍ଗୀର ମାନସ ପରିଡା, ଅକ୍ଷୟ ସାହୁ ଓ ବାବୁଲି ବେହେରା ବୋଲି ଜଣାପଡିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.