Below header

ସପନା ଚୌଧୁରୀଙ୍କ ସହ ସୁନୀଲ ଗ୍ରୋବରଙ୍କ ଧମାକାଦାର ଡ୍ୟାନ୍ସ, ଭାଇରାଲ ହେଉଛି ଭିଡିଓ

ହରିୟାଣୀ ଡ୍ୟାନ୍ସର ସପନା ଚୌଧୁରୀ ନିଜ ଡ୍ୟାନ୍ସକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏନେଇ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କମେଡିଆନ ଏବଂ ଅଭିନେତା ସୁନିଲ ଗ୍ରୋବରଙ୍କୁ ନିଜ ଇଶାରାରେ ନଚାଉଛନ୍ତି। ଲକଡାଉନ ସମୟରେ ସପନା ଏବଂ ସୁନୀଲଙ୍କର ଏହି ପୁରୁଣା ଡ୍ୟାନ୍ସ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Sapna-chaudharyସୂଚନା ମୁତାବକ ଏହି ଭିଡିଓ ସେହି ସମୟର ଯେଉଁ ସମୟରେ ସପନା ଚୌଧୁରୀ ସୁନୀଲ ଗ୍ରୋବରଙ୍କ କମେଡି ଶୋ’ ‘କାନପୁର ଓ୍ଵାଲେ ଖୁରାନାଜ’ରେ ପହଞ୍ଚିଥିଲେ। ଏହି ଶୋ’ରେ ଉଭୟ ଖୁବ୍‌ ମଜା କରିଥିଲେ। ଏହି ଶୋ’ରେ ମଧ୍ୟ ସପନା ଚୌଧୁରୀ ନିଜ ଗୀତ ‘ତେରୀ ଆଂଖୋ କା ୟୋ କାଜଲ’ ଦନ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି, ଯେଉଁଥିରେ ସୁନୀଲ ଗ୍ରୋବର ତାଙ୍କୁ ଫୋଲୋ କରୁଥିବାର ନଜର ଆସିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.