ଯେଉଁ ବୈଜ୍ଞାନିକ ଲକଡାଉନ ପାଇଁ ଦେଇଥିଲେ ପରାମର୍ଶ, ବିବାହିତ ଗାର୍ଲଫ୍ରେଣ୍ଡକୁ ଭେଟି ଏବେ ତାଙ୍କୁ କରୋନା

ବ୍ରିଟେନର ପିଏମ୍ ବୋରିସ୍ ଜନସନଙ୍କୁ ସୁପାରିଶ କରି ଲକଡାଉନ୍ ଏବଂ ସାମାଜିକ ଦୂରତାକୁ କଡାକଡି ଭାବେ କାର୍ଯ୍ୟକାରୀ କରାଇଥିବା ବୈଜ୍ଞାନିକ ପ୍ରଫେସର ନିଲ୍ ଫର୍ଗୁସନ୍ ବର୍ତ୍ତମାନ ନିଜେ ବିବାଦ ମଧ୍ୟରେ ଘେରି ହୋଇ ରହିଛନ୍ତି । ସୋସିଆଲ ଡିଷ୍ଟାନ୍ସିଂ ନିୟମ ଉଲ୍ଲଂଘନ କରି ସେ ତାଙ୍କ ବିବାହିତ ଗର୍ଲଫ୍ରେଣ୍ଡଙ୍କୁ ଭେଟିଥିବା ସ୍ୱୀକାର କରି ନୀଲ ମଙ୍ଗଳବାର ସରକାରଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ପ୍ରେମିକାଙ୍କୁ ଭେଟିବା ପରେ ନୀଲ ସଂକ୍ରମିତ ହୋଇଥିବା ଜଣାପଡିଛି ।

ପ୍ରଫେସର ନୀଲ ସ୍ୱୀକାର କରିଛନ୍ତି ଯେ ସେ ନିୟମ ଉଲ୍ଲଂଘନ କରିଛନ୍ତି ଏବଂ ନିଜ ଗର୍ଲଫ୍ରେଣ୍ଡଙ୍କୁ ତାଙ୍କ ଘରକୁ ଅନେକ ଥର ଆସିବାକୁ ଅନୁମତି ଦେଇଛନ୍ତି । ଯେତେବେଳେକି ସେ ନିଜେ ସାର୍ଵଜନିକ ମଞ୍ଚରେ ଲୋକଙ୍କୁ କାହା ସହ ମିଳାମିଶା ନକରିବା ପାଇଁ ନିବେଦନ କରୁଥିଲେ । ଇସ୍ତଫା ଘୋଷଣା କରି ସେ କହିଛନ୍ତି ଯେ, ‘ମୁଁ ସ୍ୱୀକାର କରିଛି ଯେ ମୁଁ ଭୁଲ କରିଛି । ସେଥିପାଇଁ ମୁଁ ମୋର ପଦରୁ ଇସ୍ତଫା ଦେଲି । ମୁଁ ଗଭୀର ଦୁଃଖିତ ଯେ ଏହି ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସାମାଜିକ ଦୂରତାର ନିରନ୍ତର ଦିଆଯାଉଥିବା ସ୍ପଷ୍ଟ ବାର୍ତ୍ତାକୁ ମୁଁ ଅଣଦେଖା କରିଛି ।

ସୂଚନା ଅନୁଯାୟୀ, 51 ବର୍ଷିୟ ନୀଲଙ୍କ ଗର୍ଲଫ୍ରେଣ୍ଡ 38 ବର୍ଷୀୟା ଆଣ୍ଟୋନିୟା ଷ୍ଟାଟସ ପ୍ରଫେସରଙ୍କୁ ଭେଟିବା ପାଇଁ ଦୁଇଥର ଲଣ୍ଡନ ସହରକୁ ଆସିଥିଲେ । ଲଣ୍ଡନର ଇମ୍ପେରିଆଲ୍ କଲେଜରେ ପ୍ରଫେସର ନୀଲ ସେହି ଦଳର ମୁଖ୍ୟ ଥିଲେ ଯିଏ ବ୍ରିଟେନ ସରକାରଙ୍କୁ କହିଥିଲା ​​ଯେ ଯଦି ସାମାଜିକ ଦୂରତା ଏବଂ ତାଲା ବନ୍ଦ ନହୁଏ ତେବେ ଦେଶରେ 2.5 ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ । ରିପୋର୍ଟ ଅନୁଯାୟୀ, ଆଣ୍ଟୋନିୟା ପ୍ରଥମେ ମାର୍ଚ୍ଚ 30ରେ ପ୍ରଫେସରଙ୍କୁ ଭେଟିଥିଲେ । ଏହି ସମୟରେ ଲଣ୍ଡନରେ କଡା ଲକଡାଉନ୍ ଲାଗୁ ହୋଇଥିଲା । ଏହା ପରେ, ଦ୍ୱିତୀୟ ଥର ପାଇଁ 8 ଏପ୍ରିଲରେ ସେ ନୀଲଙ୍କୁ ଭେଟିବାକୁ ଆସିଥିଲେ ଏବଂ କହିଥିଲେ ଯେ ତାଙ୍କ ସ୍ୱାମୀଙ୍କ ଠାରେ କରୋନା ଜୀବାଣୁର ଲକ୍ଷଣ ଦେଖାଯାଉଛି ।

ପରେ ନୀଲ ଏକ ଇଣ୍ଟରଭିୟୁରେ କହିଥିଲେ – ମୁଁ ଏକ ଭୁଲ ନିଷ୍ପତ୍ତି ନେଇଥିଲି । ମୁଁ ଭାବିଥିଲି କି ମୋର ଇମ୍ୟୁନିଟି ପାୱାର ବହୁତ ଷ୍ଟ୍ରଙ୍ଗ । କରୋନା ସଂକ୍ରମଣ ହେତୁ ମୁଁ ନିଜକୁ ସରକାରଙ୍କ ପରାମର୍ଶଦାତା କମିଟିଠାରୁ ଅଲଗା କରି ଦୁଇ ସପ୍ତାହ ଧରି ଆଇସୋଲେସନରେ ରହିବାକୁ ଯାଉଛି । ଏହାସହିତ ସେ କହିଥିଲେ ଯେ ସମସ୍ତେ ସାମାଜିକ ଦୂରତାର ନିୟମ ଅନୁସରଣ କରିବା ଉଚିତ୍ । ସମସ୍ତଙ୍କ ପାଇଁ ସରକାରୀ ନିର୍ଦ୍ଦେଶାବଳୀ ସମାନ ଭାବରେ ପ୍ରଯୁଜ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.