Below header

କ୍ୱାରେଣ୍ଟାଇନ୍ ନିୟମ ନମାନିଲେ ମିଳିବନି ୨୦୦୦ ଟଙ୍କା, ନିଆଯିବ କଡା କାର୍ଯ୍ୟନୁଷ୍ଠାନ: ସୁବ୍ରତ ବାଗଚୀ

କେନ୍ୟୁଜ୍(ବ୍ୟୁରୋ):କରୋନା ମୁବାବିଲା ନେଇ କୋଭିଡ-୧୯ ମୁଖପାତ୍ରଙ୍କ ପ୍ରେସମିଟରେ ସୂଚନା।  ୬ ହଜାର ୭ଶହ ୯୮ ପଞ୍ଚାୟତରେ ୧୨ହଜାର ଅସ୍ଥାୟୀ ମେଡିକାଲ କ୍ୟାମ୍ପ୍‌  କରାଯାଇଛି । ସେଥିରେ ୫ ଲକ୍ଷ ବେଡ୍‌ର ବ୍ୟବସ୍ଥା  କରାଯାଇଛି । ଗାଁ ମାନଙ୍କର ସରପଞ୍ଚଙ୍କୁ ଦିଆଯାଇଛି ସଂପୂର୍ଣ୍ଣ ଦାୟିତ୍ୱ । ସରପଞ୍ଚଙ୍କ ଅଧୀନରେ ରହିଛି ୫ ଜଣିଆ କମିଟି ଗଠନ କରାଯାଇଛି।  ଆଜି ପର୍ଯ୍ୟନ୍ତ ୩୫ହଜାର ୫୪୦ ଜଣ ଓଡ଼ିଆ ରାଜ୍ୟକୁ ଫେରିଛନ୍ତି।  ଆଜି ଫେରିଛନ୍ତି ୭ ହଜାର ୪୫୧ ଜଣ ପ୍ରବାସୀ ଓଡିଆ। ଯେଉଁମାନେ ପ୍ରବାସର ଆସୁଛନ୍ତି ସେମାନେ କ୍ୱାରେଣ୍ଟାଇନରେ ରହିବାକୁ ଅଗ୍ରାହ୍ୟ ପ୍ରକାଶ କରୁଛନ୍ତି। ଏବେ ଏଭଳି କଲେ ନିଆଯିବ କାର୍ଯ୍ୟନୁଷ୍ଠାନ । ଯେଉଁ ବ୍ୟକ୍ତି କ୍ୱାରେଣ୍ଟାଇନ୍‌ ନିୟମ ନମାନିବେ ତାଙ୍କୁ  ଜିଲ୍ଲା ବାହାର କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ପଠାଯିବ ଆଉ ଦିଆଯିବନି ୨ ହଜାର ଟଙ୍କା ସହାୟତା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.