ଚାକିରିଆ ଦମ୍ପତିଙ୍କ ମଧ୍ୟରେ ଫାଟ ସୃଷ୍ଟି କରୁନି ତ ୱାର୍କ ଫ୍ରମ ହୋମ୍‌! ଆପଣାନ୍ତୁ ଏହି ଟିପ୍ସ

ବର୍ତ୍ତମାନ ପ୍ରାୟ ସବୁ ପରିବାରରେ ଉଭୟ ସ୍ୱାମୀ ସ୍ତ୍ରୀ ଚାକିରିଆ। କରୋନା ଲକଡାଉନ ଯୋଗୁ ଏବେ ଦୁଇ ଜଣ ଯାକ ଘରେ ରହି କାମ କରୁଛନ୍ତି। ତେବେ ୱାର୍କ ଫ୍ରମ ହୋମ ବେଳେ ଚାକିରିଆ ଦମ୍ପତିଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ପୂର୍ବରୁ ଅଫିସ ଯିବା ବେଳେ ଉଭୟେ ନିଜ କାମକୁ ଟାଇମ ଟେବୁଲ ଅନୁସାରେ କରୁଥିବା ବେଳେ ଏବେ ସାରା ଦିନ ଘରେ ରହି ଉଭୟ ଘର ଓ ଅଫିସ କାମ କରିବା ବେଳକୁ ସବୁ ଏପଟ ସେପଟ ହୋଇଯାଉଛି। ଯଦି ଆପଣ ବି ଘରେ ରହି ପାର୍ଟନରଙ୍କ ସହ ୱାର୍କ ଫ୍ରମ ହୋମ କରୁଛନ୍ତି ତେବେ ଆମେ କିଛି ଟିପ୍ସ ଦେଉଛୁ, ଯାହା ଆପଣଙ୍କ କାମରେ ଆସିପାରେ…

ପର୍ସନାଲ ଓ ପ୍ରଫେସନାଲ ଲାଇଫକୁ ମିଶାନ୍ତୁ ନାହିଁ:

wfh

ବର୍ତ୍ତମାନ ଉଭୟ ସ୍ୱାମୀ ସ୍ତ୍ରୀ ଘରୁ କାମ କରୁଥିଲେ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ। ପ୍ରଥମତଃ ପର୍ସନାଲ ଓ ପ୍ରଫେସନାଲ ଲାଇଫକୁ ଆଦୌ ମିଶାନ୍ତୁ ନାହିଁ। କାମ କରିବା ବେଳେ କାମ ଉପରେ ଓ ଘରର ଅନ୍ୟ କାମ କରିବା ବେଳେ ପରିବାର ଉପରେ ଧ୍ୟାନ ଦିଅନ୍ତୁ। ତେବେ କାମରୁ ବ୍ରେକ ନେଇ ପରସ୍ପର ସହ ସମୟ ବିତାଇବାକୁ ଯେମିତି ନ ଭୁଲନ୍ତି।

ଘର କାମ ବାଣ୍ଟି ନିଅନ୍ତୁ:

work from home

ଉଭୟେ ଘରୁ କାମ କରୁଥିଲେ ଅଫିସ ସହ ଘର କାମ କରିବାରେ ସମସ୍ୟା ଦେଖାଦେବା ସ୍ୱାଭାବିକ କଥା। ଏଭଳି ସ୍ଥିତିରେ ସ୍ୱାମୀ ସ୍ତ୍ରୀ ପରସ୍ପର ମଧ୍ୟରେ କାମ ବାଣ୍ଟି ନିଅନ୍ତୁ। ଘର କାମ ମିଳିମିଶି କଲେ ପତ୍ନୀ ଟିକେ ହାଲକା ଅନୁଭବ କରିବେ।

ପରିସ୍ଥିତି ବୁଝନ୍ତୁ:

work

ୱାର୍କ ଫ୍ରମ ହୋମ ସମୟରେ ବେଳେ ବେଳେ ପାର୍ଟନରଙ୍କ ଉପରେ କାମ ପ୍ରେସର ବଢ଼ିଯାଏ। ଫଳରେ ସେ ଅଜାଣତରେ ଆପଣଙ୍କ ଉପରେ ରାଗିଥାନ୍ତି କିମ୍ବା ରାଗରେ ଏଣୁ ତେଣୁ କହିଦିଅନ୍ତି। ଏଭଳି ସ୍ଥିତିରେ ତାଙ୍କ ପରିସ୍ଥିତିକୁ ବୁଝନ୍ତୁ ଓ ବିରକ୍ତ ନ ହୋଇ ଭଲରେ କଥା ହୁଅନ୍ତୁ। କାରଣ ଏହି ସମୟ ସବୁଦିନ ଲାଗି ରହିବ ନାହିଁ।

କାମ ବେଳେ କଥାବାର୍ତ୍ତା କରିବାରୁ ବିରତ ରୁହନ୍ତୁ:

ଅଫିସରେ କାମ ଜଲଦି ଶେଷ ହୋଇଯାଉଥିବା ବେଳେ ଘରେ ଘଣ୍ଟା ଘଣ୍ଟା ଲାଗିଥାଏ। କାରଣ ଘରେ ଆମେ ଗପସପ କରି ମଜା ମସ୍ତିରେ କାମ କରିଥାଉ। ଫଳରେ କାମ ଡେରି ହୋଇଥାଏ। ଏଣୁ ୱାର୍କ ଫ୍ରମ ହୋମ ବେଳେ ଅଧିକ କଥାବାର୍ତ୍ତା କରିବାରୁ ବିରତ ରୁହନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.