Below header

ଆଜି ରାତିରେ ବନାନ୍ତୁ ଟେଷ୍ଟି ଚଣା ମସଲା, ମାତ୍ର ୧୫ ମନିଟରେ ହେବ ପ୍ରସ୍ତୁତ

ଚଣା ମସଲା ସବୁଠାରୁ ଲୋକପ୍ରିୟ ଭାରତୀୟ ବ୍ୟଞ୍ଜନ, ଯାହାକୁ ଲୋକମାନେ ରୁଟି ସହ ଖାଣଇବା ପାଇଁ ଖୁବ ପସନ୍ଦ କରିଥାନ୍ତି। ଏନେଇ ଆଜି ଆମେ ଆପଣଙ୍କୁ କହିବୁ କିଭଳି ଅତି ସହଜରେ ପ୍ରସ୍ତୁତ କରିପାରିବେ ଚଣା ମସଲା।

ଆବଶ୍ୟକୀୟ ସାମଗ୍ରୀ:

Chana-Masala୧ କପ ଶୋଲାକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ
୩ ରୁ ୪ଟି ରସୁଣ
୨ ରୁ ୩ଟି କଞ୍ଚାଲଙ୍କା
୨ ବଡ ଚାମଚ ତେଲ
୪ଟି ଅଳେଇଚ
୩ଟି ଲବଙ୍ଗ
ଅଳ୍ପ କିଛି ଡାଲଚିନି
channa-masala୭ ରୁ ୮ଟି ଗୋଲମରିଚ
୩ ରୁ ୪ ଚାମଚ ଜୀରା
କଟା ହୋଇଥିବା ଗୋଟିଏ ପିଆଜ
୨ଟି ଟମାଟ
୧ ଚାମଚ ଧନିଆ ପାଉଡର
୧ ଚାମଚ ହଳଦି ପାଉଡର
୧ ଚାମଚ କସ୍ତୁରୀ ମେଥି
୧ ଚାମଚ ଗରମ ମସଲା

ପ୍ରସ୍ତୁତି ପ୍ରଣାଳୀ

chana-masalaରାତିରେ ଭିଜାଯାଇଥିବା ଶୋଲାକୁ ସକାଳୁ ପାଣିରୁ କାଢି ୧ ଚାମଚ ଲୁଣ ସହ ୨ କପ ପାଣି ପକାଇ ପ୍ରେସରକୁକରରେ ୨ଟି ସିଟି ଆସିବା ପର୍ଯ୍ୟନ୍ତ ବସାନ୍ତୁ। ଏହାପରେ ଏକ ପ୍ୟାନ ଗରମ ହେବା ପରେ ସେଥିରେ ତେଲ ପକାଇବା ପରେ ସେଥିରେ ପ୍ରଥମେ ଭୃସଙ୍ଗ ପତ୍ର, ଗୁଜୁରାତି, ଲବଙ୍ଗ, ଡାଲଚିନି ଏବଂ ଜୀରା ପକାନ୍ତୁ। ଏହାପେର ସେଥିରେ କଟା ଯାଇଥଇବା ପିଆଜ ପକାନ୍ତୁ। ଏହି ପିଆଜକୁ ୩ ମିନିଟ ପର୍ଯ୍ୟନ୍ତ ଘାଟିବା ପରେ ସେଥିରେ ଟମାଟ ପକାନ୍ତୁ। ଏହାପରେ ସେଥିରେ ଗ୍ରାଇଣ୍ଡି କରିଥିବା ମସଲା, ଧନିଆ ପାଉଡର, ଜୀରା ପାଉଡର, ହଳଦି ଏବଂ ଗରମ ମସଲା ପକାନ୍ତୁ। ବର୍ତ୍ତମାନ ସେଥିରେ ଆପଣ ସିଝା ଯାଇଥିବା ଶୋଲା ମିଶାନ୍ତୁ ଏବଂ ସ୍ୱାଦଅନୁଯାୟୀ ଲୁଣ ପକାଇବା ସହ ପାଣି ପକାଇ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଘୋଡାଇ ବସାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ଚଣା ମସଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.