ମଦ ଜବତ କରିବାକୁ ଯାଇଥିବାବେଳେ ପୋଲିସର ମାଡ, ୮ଜଣ ଥାନାରେ ଅଟକ

କୋରାପୁଟ(କେନ୍ଯୁଜ୍): ମଦ ଜବତ କରିବାକୁ ଯାଇଥିବାବେଳେ ପୋଲିସର ମାଡ ଅଭିଯୋଗ । ମଦ ବ୍ୟବସାୟୀ ଓ ପୋଲିସଙ୍କ ମଧ୍ୟରେ ଠେଲାପେଲା। କୋରାପୁଟ ସଦର ଥାନା ଡେଙ୍ଗାଜାନିଗୁଡା ଗାଁରେ ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ମଦ ପାଉଚ ଜବତ କରିଛି ।

ମାମଲାରେ ୮ଜଣଙ୍କୁ ଥାନାରେ ଅଟକ ରଖାଯାଇଛି । ସେମାନଙ୍କ ମଧ୍ୟରୁ ୪ଜଣ ମହିଳା ଅଛନ୍ତି । ପୋଲିସ ମାଡରେ ଗାଁର କୈଳାସ ବିଶୋଇ ଆହତ ହୋଇଥିବା ଗାଁଲୋକେ ଅଭିଯୋଗ କରିଥିଲେ । ହେଲେ ଅଭିଯୋଗକୁ ପୋଲିସ ପକ୍ଷରୁ ଖଣ୍ଡନ କରାଯାଇଛି । କାହାକୁ ଆକ୍ରମଣ କରାଯାଇନଥିବା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.