ରାଇମୋହନଙ୍କ ଘରେ ପୋଲିସର ୨ ଘଣ୍ଟା ଛାନଭିନ୍: ଯାଞ୍ଚ ହୋଇଛି ସମସ୍ତଙ୍କ ସିଡିଆର, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ୱର(କେନ୍ୟୁଜ): ରାଇମୋହନଙ୍କ ଘରେ ପୋଲିସର ୨ ଘଣ୍ଟା ଛାନଭିନ। ଆତ୍ମହତ୍ୟା ଘଟଣା ନେଇ ମଞ୍ଚେଶ୍ୱର ଥାନା ଅଧିକାୀ ଓ ୪ମହିଳା ଅଧିକାରୀ ରାଇମୋହନଙ୍କ ଘରୁ ତଦନ୍ତ ସାରି ଫେରିଛନ୍ତି। ତାଙ୍କ ସ୍ତ୍ରୀ, ୨ଝିଅ, ଜ୍ୱାଇଁ, ପୁତୁରା, ଭିଣୋଇ ଓ ଭଉଣୀଙ୍କୁ ପଚରାଉଚରା କରିଛି ପୋଲିସ। ସେମାନଙ୍କ ସିଡିଆର ମଧ୍ୟ ଯାଞ୍ଚ ହୋଇଛି।

ଘରେ ଏକୁଟିଆ ଥିଲେ ରାଇମୋହନ । ଝୁଲନ୍ତା ଅବସ୍ଥାରେ ତାଙ୍କୁ ପ୍ରଥମେ କିଏ ଦେଖିଥିଲେ ? ତାଙ୍କ ମୃତଦେହ ନିକଟରୁ ସୁଇସାଇଡ ନୋଟ ମିଳିଛି କି ? ଏସବୁ ଦିଗରେ ପୋଲିସ ତଦନ୍ତ ଚଳାଇଛି । ରାଇମୋହନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? କାହିଁକି ଆତ୍ମହତ୍ୟା କଲେ ରାଇମୋହନ ? କେଉଁ ପରିସ୍ଥିତିରେ ଏଭଳି ଚରମ ନିଷ୍ପତ୍ତି ନେଲେ ରାଇମୋହନ ? ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହିଁଛି ପୋଲିସ । ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା । ଆଜି ପରିବାର ଓ ସମ୍ପର୍କୀୟଙ୍କୁ ପଚରାଉଚରା କରିପାରେ ମଞ୍ଚେଶ୍ୱର ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.