କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରଙ୍କ ଡେଥ୍‌ ସସପେନ୍‌ସରୁ ହଟୁନି ପରଦା, ଆଇ ଫୋନ ଖୋଲିବ କି ହତ୍ୟାକାରୀର ପରିଚୟ??

କଟକ(କେନ୍ୟୁଜ୍):  କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରଙ୍କ ଡେଥ୍‌ ସସପେନ୍‌ସରୁ ହଟୁନି ପରଦା। ୩ ଦିନ ପରେ ବି ପୋଲିସ ହାତରେ ଠୋସ୍‌ ପ୍ରମାଣ ଲାଗିପାରିନି। ଫୋନ ଡାଟା, କଲ୍‌ ଡିଟେଲ୍‌ସ ଓ ଚାଟିଂକୁ ନେଇ ଚାଲିଛି ତଦନ୍ତ। ତୁଷାରଙ୍କ ପକେଟରୁ ମିଳିଥିବା ଆଇ-ଫୋନକୁ ନେଇ ତନ୍ନତନ୍ନ କରି କାରଣ ଖୋଜୁଛି ପୋଲିସ। ମଧୁସୂଦନ ସେତୁ ନିକଟରୁ ମିଳିଥିଲା ସ୍କୁଟି। ଯୋବ୍ରା ଆନିକଟରୁ ମିଳିଥିଲା ମୃତଦେହ। ଘରଠାରୁ ମଧୁସୂଦନ ସେତୁ ମଧ୍ୟରେ କ’ଣ ଘଟିଥିଲା? ଇଣ୍ଡୋର ଷ୍ଟାଡିୟମ ନିକଟରେ କ’ଣ ହୋଇଥିଲା? ସେଠି ଉପସ୍ଥିତ ଥିବା ତୁଷାରଙ୍କ ସାଙ୍ଗଙ୍କୁ କ୍ୟାଣ୍ଟନମେଣ୍ଟ ଥାନାରେ ପଚରାଉଚରା କରୁଛି ପୋଲିସ।

ଅଗଷ୍ଟ ୩ ତାରିଖ ସନ୍ଧ୍ୟା ୭ଟା ପରଠୁ ଚଣ୍ଡୀଛକ ଠାରୁ ନୂଆପାଟଣା ମଧୁସୂଦନ ବ୍ରିଜ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ ଚାଲିଛି। ପୁଅକୁ ନ୍ୟାୟ ଦେଇ ଦୋଷୀଙ୍କୁ ଦଣ୍ଡ ଦେବାକୁ ପୁଣି ଥରେ ଡିସିପିଙ୍କୁ ଭେଟିଛନ୍ତି ତୁଷାରଙ୍କ ବାପା। ତୁଷାରଙ୍କ ବାନ୍ଧବୀ, ବାନ୍ଧବୀଙ୍କ ଏକ୍ସ ବୟଫ୍ରେଣ୍ଡ ସମେତ ୬ଜଣଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। କେମିତି ହୋଇଥିଲା ତୁଷାରଙ୍କ ମୃତ୍ୟୁ? ମୃତ୍ୟୁର କାରଣ ହତ୍ୟା ନା ଆତ୍ମହତ୍ୟା? ଆଇ ଫୋନ ଖୋଲିବ କି ହତ୍ୟାକାରୀର ଆଇଡିଣ୍ଟିଟି? ସାଙ୍ଗଙ୍କୁ ଜେରା ପରେ ମିଳିବ କି ସୁରାକ? ଏବେ ବି କ୍ରାଇମସ୍ପଟକୁ ନେଇ ଚାଲିିଛି ତନାଘନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.