Below header

୫ ବର୍ଷର ମାନସିକ ଅସୁସ୍ଥ ପୁଅକୁ ବାପଛେଉଣ୍ଡ କରିଦେଲା ସୁରତ ପୋଲିସ, ପିଟି ପିଟି ମାରିଦେଲା ସତ୍ୟବାନ୍‌ଙ୍କୁ

ଭଞ୍ଜନଗର (କେନ୍ୟୁଜ୍): ବଳି ପଡିଲା ଦାଦନ ଦୁଃଖ। ପେଟ ପୋଷିବାକୁ ସୁରତ ଯାଇ ଫେରିଲାନି ଜୀବନ। ଲକଡାଉନ ତ ନୁହେଁ ଏହା ପ୍ରବାସୀ ଓଡିଆଙ୍କ ପାଇଁ ଦୁଃଖର ପାହାଡ ବୋଲି କହିଲେ କିଛି କମ୍ ହେବ ନାହିଁ। ପକେଟରେ ପଇସା ନଥିବା ବେଳେ କମ୍ପାନୀ ବନ୍ଦ ହୋଇଯାଇଛି ଏଭଳି ସ୍ଥିତିରେ ଘର ବହୁଡା ଏକ ମାତ୍ର ବିକଳ୍ପ ବୋଲି ଭାବି ନେଉଛନ୍ତି ସୁରତରେ ରହିଥିବା ପ୍ରବାସୀ ଓଡିଆ। ଆଉ ଏଥିପାଇଁ ଥନାରେ ଟିକେଟ ବ୍ୟବସ୍ଥା କରିବାକୁ ଲମ୍ବା ଲାଇନ କରିବାକୁ ଛିଡା ହେବାକୁ ପଡିଥିଲା। ଆଉ ଏହି କାରଣରୁ ସୁରତ ପୋଲିସର ମାଡରେ ଭଞ୍ଜନଗର ବାରୁଡା ଗାଁର ଜଣେ ପ୍ରବାସୀ ଓଡିଆଙ୍କ ଜୀବନ ଚାଲିଯାଇଛି ।

ମିଳିଥିବା ସୂଚନା ମୁତାବକ ଗତ କିଛି ଦିନ ଧରି ଓଡ଼ିଶା ଫେରିବା ପାଇଁ ସ୍ଥାନୀୟ ଆମ୍ରୋଲି ଥାନାରେ ପ୍ରବଳ ଭିଡ ଜମୁଥିଲା । ସେମାନଙ୍କ ଟିକଟ ବ୍ୟବସ୍ଥା ନେଇ ପ୍ରବାସୀମାନେ ପୋଲିସର ସହଯୋଗ ମାଗୁଥିଲେ । କିନ୍ତୁ ଗତକାଲି ସଂଧ୍ୟାରେ ଥାନାରେ ପ୍ରବଳ ଭିଡ ଜମିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣା ପରେ କେତେ ଜଣ ପୋଲିସ ଅଧିକାରୀ ଆମ୍ରୋଲି ଥାନା ଅନ୍ତର୍ଗତ ଅଂଜନୀ ଇଣ୍ଡଷ୍ଟ୍ରିଜରେ ରହୁଥିବା ଶ୍ରମିକଙ୍କ ପାଖରେ ପହଞ୍ଚିଥିଲେ ।କମ୍ପାନୀର ଶ୍ରମିକ ରହୁଥିବା ଘରର ତାଲା ଭାଙ୍ଗି ଭିତରେ ପଶିଥିଲେ ଏବଂ ସେଠାରେ ଥିବା ସତ୍ୟ ସ୍ୱାଇଁ ନାମକ ଯୁବକଙ୍କୁ ନିସ୍ତୁକ ମାଡ ମରିଥିଲେ ।

ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ଯୁବକଙ୍କର ମାନସିକ ଅସୁସ୍ଥ ଥିବା ଜଣେ ୫ ବର୍ଷ ପୁଅ ଥିବା ବେଳେ ପରିବାରରେ ଶୋକର ଛାୟା ଖେଳିଯାଇଛି । ସତ୍ୟ ସ୍ୱାଇଁଙ୍କ ମୃତ୍ୟୁକୁ ନେଇ ଉଚିତ ତଦନ୍ତ ସହ ପରିବାରକୁ ସହାୟତା ପାଇଁ ଦାବି କରିଛି ସୁରତ ଓଡ଼ିଆ ସମାଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.