Below header

ଟ୍ରେନ୍‌ରୁ ଓହ୍ଲାଇ ପ୍ରବାସୀ ମାଡ଼ିଗଲେ ବାଲେଶ୍ୱର ଷ୍ଟେସନ୍ ବସ୍ତି ଭିତରକୁ, କାରଣ ଭୋକିଲା ଥିଲେ…

ବାଲେଶ୍ୱର (କେ ନ୍ୟୁଜ୍‌) : ମଣିଷ ଲକ୍‌ଡାଉନ୍‌ରେ କିଭଳି ହିନସ୍ତା ହେଉଛି, ତାର ଅନେକ ଉଦାହରଣ ଆପଣମାନେ ଦେଖି ସାରିଛନ୍ତି । ଆଜି ସେହିଭଳି ଏକ ମର୍ମସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଥିଲା ବାଲେଶ୍ୱର ରେଳଷ୍ଟେସନ୍ ପାଖରେ । ଇଏ ଥିଲା ଭୋକର ଜ୍ୱାଳାର ଦୃଶ୍ୟ । ଭୋକ ମଣିଷକୁ କିଛି ବି କରାଇ ପାରେ । ଭୋକ ଯେ ମଣିଷକୁ କେଉଁ ସ୍ତରକୁ ନେଇଯାଏ ତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଥିଲା ଏଠି । ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଗୁଣ୍ଟୁରରୁ ବାଲେଶ୍ୱର ଆସିଥିଲା ଏକ ଟ୍ରେନ୍ ।

BLS-2

ସେଥିରୁ ଓହ୍ଲାଇଥିବା ପ୍ରାୟ ୨୫୦ ଜଣ ପ୍ରବାସୀ ଟ୍ରେନ୍‌ରୁ ଓହ୍ଲାଇବା ପରେ ହଠାତ୍ ଦୌଡ଼ିବାକୁ ଲାଗିଲେ ଷ୍ଟେସନ୍ ପାଖ ମାଲଗୋଦାମ ନିକଟ ବସ୍ତିକୁ । ଏସବୁ ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଥିଲା । ହେଲେ ଭୋକ ଆଗରେ ସବୁ ନିୟମ କାନୁନ ବ୍ୟର୍ଥ ହୋଇ ଯାଇଥିଲା । ସେମାନେ ଦୁଆରେ ଦୁଆରେ ମାଗିବାକୁ ଲାଗିଲେ ଖାଦ୍ୟ । କହୁଥିଲେ, ଆମେ ଦୁଇ ଦିନ ହେଲା ଖାଇନୁ । ଯାହା ଚୁଡ଼ା, ମୁଢ଼ି, ବିସ୍କୁଟ ଅଛି ଆମକୁ ଦିଅ । ପ୍ରଥମେ ତ ବସ୍ତି ବାସିନ୍ଦା ଡରି ଯାଇଥିଲେ । କାରଣ ଏମାନେ ସବୁ ପ୍ରବାସୀ ଓ କରୋନାର ଭୟ ମଧ୍ୟ ରହିଛି । ହେଲେ ଏଇ ବସ୍ତି ବାସିନ୍ଦା ମଧ୍ୟ ଭଲ କରି ଚିହ୍ନିଛନ୍ତି ପେଟର ଭୋକକୁ । ତେଣୁ ଏମାନଙ୍କୁ ଶୁଖିଲା ଖାଦ୍ୟ କିଛି ବାଣ୍ଟିଲେ । ବିସ୍କୁଟ ପାଣି ଆଦି ବାଣ୍ଟିଲେ ।

BLS-3ଏହି ପ୍ରବାସୀମାନଙ୍କ କହିବା କଥା ଆମ ଲାଗି ଟ୍ରେନ୍‌ରେ ରାୟଗଡ଼ା ଠାରୁ କିମ୍ବା ଏଠି ପହଞ୍ଚିବା ପରେ କିଛି ବ୍ୟବସ୍ଥା ହୋଇ ନଥିଲା । ଭୋକରେ ଆଉଟୁ ପାଉଟୁ ହୋଇ ରହିଥିଲୁ । ପୋଲିସ୍ ବାବୁଙ୍କୁ କହିଲୁ । ଯାହାକୁ ପାରିଲୁ ସମସ୍ତଙ୍କୁ ଜଣାଇଲୁ । ହେଲେ କେହି କିଛି ଶୁଣିଲେ ନାହିଁ । ତେଣୁ ଟ୍ରେନ୍‌ରୁ ଓହ୍ଲାଇବା ମାତ୍ରେ ଆମେ ଏଇ ବସ୍ତିରୁ କିଛି ଖାଇବାକୁ ପାଇବୁ ଆଶା କରି ଦୌଡ଼ି ଆସିଲୁ । ସେମାନେ ହିଁ ଆମ କଷ୍ଟ ବୁଝିଲେ ବୋଲି ପ୍ରବାସୀମାନେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.