Below header

ସ୍କୁଲ୍‌ ଓ ଗଣ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି : ପ୍ରଥମରୁ ଅଷ୍ଟମ ଯାଏ ସମସ୍ତେ ପାସ୍‌, ନବମ ଓ ଏକାଦଶ ଶ୍ରେଣୀ ପାଇଁ ଦେଖାଯିବ ଷାଣ୍ମାସିକ ଓ ୟୁନିଟ୍‌ ଟେଷ୍ଟର ମାର୍କ

ଭୁବନେଶ୍ୱର(କେନ୍ୟୁଜ୍‌) : କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶାର ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଓଡ଼ିଶା ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଡୁକେସନ୍‌ ଅଧୀନରେ ଥିବା ସମସ୍ତ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କୁ ୧୯୧୯-୨୦ ଶିକ୍ଷା ବର୍ଷ ପାଇଁ ସମୂହ ପାସ୍‌ ନିଷ୍ପତ୍ତି ନେଇଛନ୍ତି ।

ଫଳରେ ପିଲାଙ୍କ ପାଠ ପଢ଼ାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅନିଶ୍ଚିତତାର ଅନ୍ତ ଘଟିଛି । ପ୍ରଥମରୁ ଅଷ୍ଟମ ଯାଏ ସବୁ ଛାତ୍ରଛାତ୍ରୀ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିବେ ।

ନବମରୁ ଦଶମ ଶ୍ରେଣୀକୁ ପାସ୍‌ ପାଇଁ

ସେହିପରି ବୋର୍ଡ ଅଫ୍‌ ସେକେଣ୍ଡାରୀ ପରିଚାଳିତ ଓଡ଼ିଶାର ସମସ୍ତ ଓଡ଼ିଆ ସ୍କ୍‌ୁଲ, ମଦ୍ରାସା ଓ ସଂସ୍କୃତ ଟୋଲ୍‌ ର ନବମ ଶ୍ରେଣୀ ଛାତଛାତ୍ରୀ ୧୯୧୯-୨୦ ଶିକ୍ଷା ବର୍ଷ ପାଇଁ ସେମାନଙ୍କର ନବମ ବାର୍ଷିକ ପରୀକ୍ଷାର ମାର୍କ ଅନୁଯାୟୀ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ ।

ଯଦି କେଉଁଠାରେ ନବମ ବାର୍ଷିକ ପରୀକ୍ଷା ହୋଇ ନଥାଏ କିମ୍ବା କିଛି ପରୀକ୍ଷା ରହିଯାଇ ଥାଏ । ସେ କ୍ଷେତ୍ରରେ ନବମ ଶ୍ରେଣୀର ସେହି ଛାତ୍ରଛାତ୍ରୀଙ୍କର ଷାଣ୍ମାଷିକ ପରୀକ୍ଷାର ମାର୍କ ଅନୁଯାୟୀ ସେମାନଙ୍କୁ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ ।

ଯଦି କେହି ଛାତ୍ରଛାତ୍ରୀ ମେଡ଼ିକାଲ୍‌ କିମ୍ବା କୈାଣସି ଅନ୍ୟ ଉପଯୁକ୍ତ କାରଣ ପାଇଁ ଷାଣ୍ମାଷିକ ପରୀକ୍ଷା ଦେଇ ନଥିବେ ତେବେ ସେମାନଙ୍କର ଏଗ୍ରିଗେଟ୍‌ ମାର୍କ ଅନୁଯାୟୀ ସେମାନଙ୍କୁ ୧୦ମ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ । ଆଟେଣ୍ଡାନ୍ସ ପରସେଣ୍ଟେଜ୍‌ ପୂର୍ବ ନିୟମ ଅନୁଯାୟୀ ଦେଖାଯିବ ।

ଏକାଦଶରୁ ଦ୍ୱାଦଶ ଶ୍ରେଣୀକୁ ପାସ୍‌ ପାଇଁ

ସେହିପରି କାଉନ୍‌ସିଲ୍‌ ଅଫ୍‌ ହାୟର ସେକେଣ୍ଡାରୀ ଏଜୁକେସନ୍‌ ଅଧୀନ ସମସ୍ତ ହାଏର ସେକେଣ୍ଡାରୀ ସ୍କୁଲ୍‌ର ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଦ୍ୱାଦଶ ଶ୍ରେଣୀକୁ ନିମ୍ନ ଲିଖିତ ସର୍ତ୍ତ ଅନୁଯାୟୀ ଉତ୍ତୀର୍ଣ୍ଣ କରାଯିବ ।

ଏକାଦଶ ଶ୍ରେଣୀର କେତେକ ବିଷୟର ପରୀକ୍ଷା ହୋଇ ପାରି ନଥିବାରୁ ସେହି ସବୁ ବିଷୟ ପାଇଁ ଷାଣ୍ମାଷିକ ପରୀକ୍ଷା ଓ ୟୁନିଟ୍‌ ଟେଷ୍ଟର ମାର୍କ ଅନୁଯାୟୀ ସେମାନଙ୍କୁ ପରବର୍ତ୍ତୀ ବା ଦ୍ୱାଦଶ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ ।

ଯଦି ବା କୈାଣସି ଛାତ୍ରଛାତ୍ରୀ ମେଡିକାଲ୍‌ କିମ୍ବା କୈାଣସି ଉପଯୁକ୍ତ କାରଣରୁ ଏହି ସବୁ ପରୀକ୍ଷା ଦେଇ ପାରି ନଥିବେ । ସେମାନେ କ୍ଲାସ ଖୋଲିବା ପରେ ପୁନର୍ବାର ପରୀକ୍ଷା ଦେଇ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ ।

ତେବେ ଏହି ରି-ଟେଷ୍ଟ ସେମାନଙ୍କର କ୍ଲାସ୍‌ ଖୋଲିବା ପରେ କରାଯିବ ବୋଲି ଓଡ଼ିଶା ସରକାରଙ୍କ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ତରଫରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.