କରୋନା ସହ ଭଲ ମୁକାବଲି କରିପାରିଛନ୍ତି ଆକ୍ରାନ୍ତ ହୋଇଥିବା ୨୦ ଶିଶୁ, ସୂଚନା ଦେଲେ ସୁବ୍ରତ ବାଗଚୀ

କେନ୍ୟୁଜ୍ (ବ୍ୟୁରୋ): ଓଡିଶା ପାଇଁ  ଏକ ଖୁସିଖବର । ରାଜ୍ୟରେ କରୋନା ଆକ୍ରାନ୍ତ ହୋଇଥିବା ୨୦ ଶିଶୁ ସୁସ୍ଥ ହୋଇଛନ୍ତି । ଯାହା ସାମ୍ବାଦିକ ସମ୍ମିଳନୀରେ ସୂଚନା  ଦେଇଛନ୍ତି ସୁବ୍ରତ ବାଗଚୀ। ସେ କହିଛନ୍ତି ଶିଶୁମାନେ କରୋନା ଭାଇରସକୁ ଭଲ ମୁକାବିଲା କରିପାରୁଛନ୍ତି। ଓଡ଼ିଶାରେ ଏହା ପ୍ରମାଣିତ ହୋଇଛି ।ରାଜ୍ୟରେ ବିଗତ ଦିନରେ ୨୦ ଜଣ ଶିଶୁ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଥିଲେ । ଏମାନଙ୍କର ବୟସ ୧୪ବର୍ଷରୁ କମ ଥିଲା । କିନ୍ତୁ ଏବେ ଏମାନେ ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ରାଜ୍ୟ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏହି ସୂଚନା ଦେଇଛନ୍ତି । ଆମେରିକାରେ ଭାରତ ତୁଳନାରେ କରୋନା ଭାଇରସ ୧୭ ଗୁଣ ଅଧିକ । ସେହିପରି ସିଙ୍ଗାପୁରରେ ମଧ୍ୟ ସ୍ଥିତି ଉଦବେଗ ଜନକ ବୋଲି ସେ କହିଛନ୍ତି । ରାଜ୍ୟ ସରକାର ବିଦେଶରୁ ଶିକ୍ଷା ଗ୍ରହଣ କରି ରାଜ୍ୟରେ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲର ପରିକଳ୍ପନା କରିଥିଲେ । ଏଥିରୁ ରାଜ୍ୟବାସୀଙ୍କୁ ଉପକାର ମିଳିଛି ବୋଲି ବାଗଚୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.