Below header

ପୁରୀରେ ସାମ୍ବାଦିକଙ୍କୁ ପୋଲିସର ଲାଠିଚାର୍ଜ, ୧୫ ଆହତ

ପୁରୀ(କେନ୍ଯୁଜ୍) : ପୁରୀରେ ପୋଲିସର ଲାଠିଚାର୍ଜ । ପୋଲିସର ଆକ୍ରମଣରେ ଶତାଧିକ ଲହୁଲୁହାଣ ହୋଇଥିବା ବେଳେ ୧୫ରୁ ଅଧିକ ସାମ୍ବାଦିକ ଓ କ୍ୟାମେରାମ୍ୟାନ୍‌ ଆହତ ହୋଇଛନ୍ତି । ୨ଜଣ ସାମ୍ବାଦିକ ଗୁରୁତର ହୋଇ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗତ ରାତିରେ ଡାକ୍ତରଖାନା ଛକରେ ଥିବା ଗୁଣ୍ଡିଚା ପେଟ୍ରୋଲ ପମ୍ପରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । କମ୍‌ ପରିମାଣର ପେଟ୍ରୋଲ ଓ ଅପମିଶ୍ରିତ ପେଟ୍ରୋଲ ଦିଆଯାଉଥିବା ଅଭିଯୋଗରେ ଲୋକେ ପେଟ୍ରୋଲ ପମ୍ପରେ ପାଟିତୁଣ୍ଡ ଓ ହୋହଲ୍ଲା କରିଥିଲେ । ପାଖାପାଖି ୨ ଶହରୁ ଅଧିକ ଲୋକ ଏକାଠି ହୋଇ ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରିଥିଲେ । ଏହି ସମୟରେ ୩୦ରୁ ଅଧିକ ସାମ୍ବାଦିକ ଓ କ୍ୟାମେରାମ୍ୟାନ୍‌ ଘଟଣାର ଚିତ୍ର ଉତ୍ତୋଳନ କରୁଥିବା ବେଳେ ପୋଲିସ ରୋଷର ଶିକାର ହୋଇଥିଲେ । ହଠାତ୍‌ ପ୍ରାୟ ୫୦ରୁ ଅଧିକ ପୋଲିସ ଲାଠି ଧରି ମାଡ଼ ମାରିବା ଆରମ୍ଭ କରିଥିଲେ ।

petrol1ସାମ୍ବାଦିକମାନେ ନିଜର ପରିଚୟ ପତ୍ର, କ୍ୟାମେରା ଓ ବୁମ୍‌ ଦେଖାଇଥିଲେ ମଧ୍ୟ ପୋଲିସ ଛାଡିନଥିଲା । ବଡ଼ଦାଣ୍ଡରେ ଗୋଡାଇ ଗୋଡାଇ ନିସ୍ତୁକ ପିଟିଥିଲା । ଏହା ସହ ସାଧାରଣ ଲୋକ ଓ ବାର୍‌ ଆସୋସିଏସନ୍‌ର କର୍ମକର୍ତ୍ତାମାନେ ମଧ୍ୟ ଆହତ ହୋଇଛନ୍ତି । ଏନେଇ ଏସ୍‌ପିଙ୍କୁ ଜଣାଯାଇଥିଲା । ଏସ୍‌ପି ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ପୋଲିସ ବିରୋଧରେ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିନଥିଲେ । ଦୀର୍ଘ ସମୟ ଧରି ସାମ୍ବାଦିକ ଓ ବାର ଆସୋସିଏସନ୍‌ର କର୍ମକର୍ତ୍ତା ପୋଲିସ ମାଡ଼ ପ୍ରତିବାଦରେ ଧାରଣା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.