ସର୍ଜିକାଲ ଷ୍ଟ୍ରାଇକ୍‌ର ଦୁଇ ବର୍ଷ ପୂର୍ତ୍ତି, ବଡ଼ ଆକାରରେ ପାଳନ କରିବ କେନ୍ଦ୍ର

ଜାମ୍ମୁ-କାଶ୍ମୀର(କେନ୍ଯୁଜ୍) : ସର୍ଜିକାଲ ଷ୍ଟ୍ରାଇକ୍‌କୁ ଦୁଇ ବର୍ଷ ପୂରିଲା । ଦୁଇ ବର୍ଷ ତଳେ ପାକ୍‌ ଅଧିକୃତ କାଶ୍ମୀରରେ ପଶି  ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଇଥିଲା ଭାରତୀୟ ସେନା । ୨୦୧୬, ସେପ୍ଟେମ୍ବର ୧୮ ତାରିଖରେ ଉରୀରେ ସେନାର ବ୍ରିଗେଡ୍‌ ହେଡ୍‌ କ୍ୱାର୍ଟର ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଯେଉଁଥିରେ ୧୫ରୁ ଅଧିକ ସେନା ଅଧିକାରୀ ଓ କର୍ମଚାରୀ ସହିଦ ହୋଇଥିଲେ । ଏହାର ୧୦ ଦିନ ପରେ ପ୍ରତିଶୋଧ ନେଇଥିଲେ ଭାରତୀୟ ସେନା। ସେପ୍ଟେମ୍ବର ୨୯ରେ ହୋଇଥିଲେ ସର୍ଜିକାଲ ଷ୍ଟ୍ରାଇକ। ୬-୭ଟି ଆତଙ୍କବାଦୀ କ୍ୟାମ୍ପ ଧ୍ୱଂସ କରିଥିଲେ ଭାରତୀୟ ସେନା।

modiସର୍ଜିକାଲ ଷ୍ଟ୍ରାଇକ୍‌ର ଦୁଇ ବର୍ଷ ପୂର୍ତ୍ତିକୁ ବଡ଼ ଆକାରରେ ପାଳନ କରିବ କେନ୍ଦ୍ର । ଏହାକୁ ନେଇ ଜୋରସୋର ପ୍ରସ୍ତୁତି ହୋଇଛି । ଗତକାଲି ଯୋଧପୁର ମିଲିଟାରୀ ଷ୍ଟେସନରେ ପରାକ୍ରମ ପର୍ବ ପ୍ରଦର୍ଶନୀର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ସର୍ଜିକାଲ ଷ୍ଟ୍ରାଇକ ଡେ’ରେ ଛାତ୍ରଛାତ୍ରୀ ସେନା କର୍ମଚାରୀଙ୍କୁ ସମର୍ଥନ କରି ଚିଠି ପଠାନ୍ତୁ, ୟୁଜିସିକୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଏହାସହ ୟୁଜିସି ତରଫରୁ ବିଭିନ୍ନ କାର୍ଯ୍ଯକ୍ରମ ଆୟୋଜନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.