Below header

ସାହି ବିବାଦରୁ ଫୁଟିଲା ବୋମା, ୨ ମୃତ

ଆଠଗଡ(କେନ୍ଯୁଜ୍) : କଟକ ଜିଲ୍ଲା ଆଠଗଡ଼ ଘୋଡ଼ାବର ଗାଁରେ ବୋମାମାଡ଼ ହୋଇଛି । ସାହି ବିବାଦରୁ ଗାଁ କୋଠଘର ଉପରେ ଗତକାଲି ରାତିରେ ବୋମାମାଡ଼ ହୋଇଥିବା ଜଣା ପଡ଼ିଛି । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କ ମୃତଦେହ କାନ୍ଥତଳୁ ଉଦ୍ଧାର କରାଯାଇଥିଲା । ବୋମାମାଡ଼ରେ ଘର ଭୁଶୁଡି ପଡ଼ିଛି ।

bombଘର ଭିତରୁ ବୋମା ଫୁଟିଛି କି ବାହାରୁ ତାହା ଜଣାପଡ଼ି ନାହିଁ । ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଘୋଡ଼ାବର ଗାଁରେ ଏକ ପ୍ଲାଟୁନ୍‌ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.