ଆଜି ୟୁସିସିଆଇ ନିର୍ବାଚନ, ସଭାପତି ପଦରେ ୩ ଜଣ ପ୍ରାର୍ଥୀ

ଭୁବନେଶ୍ବର(କେନ୍ଯୁଜ୍) : ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି, ୟୁସିସିଆଇରେ ଆଜି ନିର୍ବାଚନ । ବିଭିନ୍ନ କାରଣରୁ ଏଥର ନିର୍ବାଚନ ବେଶ ହାଇପ୍ରୋଫାଇଲ ରହିଛି । ପୂର୍ବରୁ ଏପରି କେବେ ନିର୍ବାଚନ ହୋଇନଥିବା କୁହାଯାଉଛି । ଏଥର ତିନି ଜଣ ସଭାପତି ପ୍ରାର୍ଥୀ ଅଛନ୍ତି । ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ରମେଶ ମହାପାତ୍ର, ବ୍ରହ୍ମା ମିଶ୍ର ଓ ବିଶ୍ୱଦେବ ଦାସ । ସବୁ ପକ୍ଷ ନିଜ ବିଜୟ ପାଇଁ ଜୋରଦାର ପ୍ରୟାସ କରୁଛନ୍ତି । ୫ଶହରୁ ଅଧିକ ସଦସ୍ୟ ଭୋଟ ଦେବେ । ମତଦାନରେ ପାରଦର୍ଶିତା ଆଣିବା ପାଇଁ ସିସିଟିଭିର ବ୍ୟବହାର କରାଯିବ । ଆଜି ସଂଧ୍ୟା ୫ଟା ୩୦ରୁ ୮ଟା ୩୦ ପର୍ଯ୍ଯନ୍ତ ଭୋଟିଂ ହେବ । ରାତି ୧୦ରୁ ୧୦ଟା ୩୦ ମଧ୍ୟରେ ଫଳାଫଳ ବାହାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.