ପୁଣି ଆଗରେ ନବୀନ ପଟ୍ଟନାୟକ, ଇଣ୍ଡିଆ ଟୁଡେ ଓପିନିଅନ ପୋଲ୍‌ରେ ୫୯% ସମର୍ଥନ

ଦିଲ୍ଲୀ : ଇଣ୍ଡିଆ ଟୁଡେ ଓପିନିଅନ ପୋଲ୍‌ରେ ପୁଣି ଆଗରେ ଅଛନ୍ତି ନବୀନ ପଟ୍ଟନାୟକ । ଏଥରେ ସର୍ଭେରେ ୫୯% ଚାହୁଁଛନ୍ତି ନବୀନ ପୁଣି ହୁଅନ୍ତୁ ମୁଖ୍ୟମନ୍ତ୍ରୀ । ୪୪% ସରକାରଙ୍କ କାମରେ ସନ୍ତୁଷ୍ଟ ଅଛନ୍ତି । ୧୯% ସରକାରଙ୍କ କାମରେ ସନ୍ତୁଷ୍ଟ ନୁହନ୍ତି । ସର୍ଭେରେ ୨୧% ପ୍ରତିଶତ ସହ ବହୁ ପଛରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ ରାଫେଲ ପ୍ରଭାବ ନାହିଁ । ରାଜ୍ୟର ୭୬% ରାଫେଲ ପ୍ରସଙ୍ଗ କଣ ଜାଣି ନାହାନ୍ତି ।

modiiପ୍ରଧାନମନ୍ତ୍ରୀ ପାଇଁ ଓଡ଼ିଶାରେ ମୋଦିଙ୍କୁ ୫୪% ସମର୍ଥନ ରହିଛି । ସେପଟେ ଓଡ଼ିଶାରେ ୨୧% ରାହୁଲଙ୍କୁ ସମର୍ଥନ ରହିଛି । ବିହାରରେ ଆଗରେ ଅଛନ୍ତି ନୀତିଶ କୁମାର । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ରହିଛି ୪୬% ସମର୍ଥନ । ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ୨୮% ସମର୍ଥନ ରହିଛି । ପ୍ରଧାନମନ୍ତ୍ରୀ ପାଇଁ ବିହାରରେ ମୋଦିଙ୍କୁ ୫୮ ପ୍ରତିଶତ ସମର୍ଥନ କରୁଛନ୍ତି । ରାହୁଲଙ୍କ ପ୍ରତି ରହିଛି ୩୨% ସମର୍ଥନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.