ଧୋକା ଦେଲା କୀଟନାଶକ, ଉଜୁଡ଼ା କ୍ଷେତରେ ଗାଈ ଚରାଇଲେ ଚାଷୀ

କୁଚିଣ୍ଡା (କେନ୍ଯୁଜ୍) :ରୋଗ ପୋକ ଦାଉସାଧିଲା। ଉଜୁଡି ଗଲା ଚାଷୀଙ୍କ ଏକର ଏକର ଧାନ ଫସଲ । ଶେଷରେ ହତାଶ ଚାଷୀ ଏବେ ବାଧ୍ୟ ହୋଇଛି ଉଜୁଡା କ୍ଷେତରେ ଗାଈ ଚରାଇବାକୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକରେ । ଏହି ବ୍ଳକ୍ ରେ ଅନେକ ଜମିରେ ଏବେ ରାଜ୍‌ କରୁଛନ୍ତି ରୋଗ ପୋକ । ବହୁ ପରିଶ୍ରମ କରି ବିଲରେ ଧାନ ଫସଲ ଠିଆ କରିଥିଲେ ଚାଷୀ । ଭଲ ଫସଲ ବି ହୋଇଥିଲା । ହେଲେ ଦାଉ ସାଧିଲା ରୋଗ ପୋକ । ଚାଷୀ କୀଟନାଶକ ପକାଇଲେ । ହେଲେ ଫସଲ ନଷ୍ଟ ହେଇଗଲା ପଛେ ପୋକା ଛାଡିଲେନି । ଶେଷରେ ବାଧ୍ୟ ହୋଇ ଚାଷୀ ଉଜୁଡା କ୍ଷେତରେ ଗାଈ ଚରାଇଛନ୍ତି ।

farmerଏନେଇ ଜିଲ୍ଲା କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ କୀଟନାଶକ ମହଜୁଦ ଥିବା କହିଛନ୍ତି । ଚାଷୀମାନେ ୫୦ ପ୍ରତିଶତ ରିହାତି ଦରରେ କୀଟନାଶକ କିଣି ଜମିରେ ପକାଇ ପାରିବେ । ଭିଏଲଡବ୍ଲୁମାନେ ନିଜ ନିଜ ଅଞ୍ଚଳ ପରିଦର୍ଶନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.