କୂଅ ଭିତରୁ ଦୁଇ ଭଉଣୀଙ୍କ ମୃତ ଦେହ ଉଦ୍ଧାର, କାହିଁକି ମରିଗଲେ ସ୍ୱପ୍ନା ଓ କିରଣ ?

ଆର.ଉଦୟଗିରି(କେନ୍ଯୁଜ୍) : କୂଅ ଭିତରୁ ଦୁଇ ଭଉଣୀଙ୍କୁ ମୃତ ଦେହ ଉଦ୍ଧାର । ଘଟଣା ଘଟିଛି ଆର.ଉଦୟଗିରି ଛେଳିଗଡ଼ ଗାଁରେ । ପ୍ରମୋଦ ଆଚାରୀଙ୍କ ଦୁଇ ଝିଅଙ୍କ ମୃତ୍ୟୁ ହୋଇଛି । ଘର ଆଗରେ ଥିବା କୂଅରୁ ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଦୁଇ ଭଉଣୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି କୂଅ ଭିତରେ ପକାଇ ଦିଆଯାଇଛି, ତାହା ଜଣାପଡ଼ିନାହିଁ । ବିବାହ ପ୍ରସ୍ତାବ ଭାଙ୍ଗି ଯିବାରୁ ଦୁଇ ଭଉଣୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ଦୁଇ ଜଣ ହେଉଛନ୍ତି ୧୯ ବର୍ଷର ସ୍ୱପ୍ନା ଆଚେରୀ ଓ ୧୫ ବର୍ଷର କିରଣ ଆଚେରୀ ।

sisterପ୍ରମୋଦ ଆଚେରୀଙ୍କ ୫ ଝିଅ । ବଡ଼ ଝିଅର ବାହାଘର ପରେ ସ୍ୱାମୀ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସେହିପରି ଦ୍ୱିତୀୟ ଝିଅ ଅନ୍ୟତ୍ର ବିବାହ କରିଥିବା ବେଳେ ଚତୁର୍ଥ ଝିଅ ସେହି ଗାଁର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଛନ୍ତି । କିଛି ଦିନ ତଳେ କିରଣଙ୍କ ପାଇଁ ଭୁବନେଶ୍ୱରରୁ ଏକ ବିବାହ ପ୍ରସ୍ତାବ ଆସିଥିଲା । ହେଲେ ଚତୁର୍ଥ ଝିଅର ସ୍ୱାମୀ ଏହି ପ୍ରସ୍ତାବକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ତେବେ ଦୁଇ ଝିଅଙ୍କ ମୃତ୍ୟୁ ପରେ, ଏହି ଘଟଣାରେ ତାଙ୍କ ସଂପର୍କୀୟଙ୍କ ହାତ ଥିବା ପ୍ରମୋଦ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.