ଉତ୍ତର ଇଣ୍ଡୋନେସିଆରେ ଭୂମିକମ୍ପ ପରେ ସୁନାମୀ

ଉତ୍ତର ଇଣ୍ଡୋନେସିଆ(କେନ୍ଯୁଜ୍) : ଭୂମିକମ୍ପ ପରେ ଇଣ୍ଡୋନେସିଆରେ ପ୍ରଳୟ ରଚିଛି ସୁନାମୀ । ଭୟଙ୍କର ରୂପ ଧାରଣ କରିଛି । ସୁନାମୀରେ ବର୍ତ୍ତମାନ ସୁଦ୍ଧା ୩୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ନିଖୋଜ ଥିବା ସୂଚନା ମିଳିଛି । ଗତକାଲି ୭ ଦଶମିକ ୫ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ ଥରିଥିଲା ଜାକର୍ତ୍ତା । ଏହାପରେ ଆସିଥିଲା ସୁନାମୀ । ୬ ଫୁଟରୁ ଅଧିକ ଉଚ୍ଚରେ ଜନବସତିକୁ ମାଡ଼ି ଆସିଲା ସମୁଦ୍ର । ସୁଲାବେସୀ ଦ୍ୱୀପରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସୁଲାବେସୀର ଉତ୍ତରରେ ୩୦ କିଲୋମିଟର ଦୂର ପ୍ରାୟ ୧୮ କିମି ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳୀ ଥିଲା ।

TSUNAMI DISASTER-1ଭୂମିକମ୍ପରେ ଶତାଧିକ ଘର ମାଟିରେ ମିଶି ଯାଇଥିବା ବେଳେ ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଛି । ପରେ ସୁନାମୀ ଆସିବାରୁ ପୂରା ପାଲୁ ସହରରେ ଜଳପ୍ରଳୟ ଦେଖିବାକୁ ମିଳିଥିଲା । ଇଣ୍ଡିନେସିଆର ଭୌଗଳିକ ସ୍ଥିତି କାରଣରୁ ଏଠାରେ ଭୂମିକମ୍ପର ବିପଦ ସବୁବେଳେ ରହିଥାଏ । ୨୦୦୪ ଡିସେମ୍ବରରେ ଇଣ୍ଡୋନେସିଆର ସୁମାତ୍ରାରେ ୯.୧ ତୀବ୍ରତାର ଭୂକମ୍ପ ଆସିଥିଲା । ଏଥିପାଇଁ ଆସିଥିବା ସୁନାମୀରେ ଭାରତ ମହାସାଗର କ୍ଷେତ୍ରର ଅନେକ ଦେଶରେ ୨ ଲକ୍ଷ ୩୦ ହଜାର ଲୋକ ପ୍ରାଣ ହରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.