Below header

୫ କୋଟି ଆକାଉଣ୍ଟଧାରୀଙ୍କ ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌

ନୂଆଦିଲ୍ଲୀ(କେନ୍ଯୁଜ୍) : ହ୍ୟାକର୍‌ଙ୍କ କବ୍‌ଜାରେ ଫେସବୁକ୍‌ । ୫ କୋଟି ଆକାଉଣ୍ଟଧାରୀଙ୍କ ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌ । ଏହି ସୂଚନା ଦେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । କମ୍ପାନୀର ଡିଜିଟାଲ୍‌ ଲଗିନ୍‌ କୋର୍ଡ ଚୋରି କରି ୫ କୋଟି ଗ୍ରାହକଙ୍କ ଆକାଉଣ୍ଟକୁ ହ୍ୟାକର୍‌ ନିଜ କବ୍‌ଜାକୁ ନେଇଥିବା ଜଣା ପଡ଼ିଛି । ଏହି ଘଟଣା ପରେ ୯ କୋଟି ଆକାଉଣ୍ଟର ଡିଜିଟାଲ୍‌ ଲଗିନ୍‌ କୋର୍ଡ ବଦଳାଇଛି ଫେସବୁକ୍‌ । ସୁରକ୍ଷା ଦୃଷ୍ଟିରୁ ଏଣିକି ହ୍ୟାକ୍‌ର ଶିକାର ଆକାଉଣ୍ଟଧାରୀଙ୍କୁ ସେମାନଙ୍କର ପାସଓ୍ଵାର୍ଡକୁ ପୁଣି ଥରେ ଦେବାକୁ ହେବ । ଅନ୍ଯପଟେ ପାସଓ୍ଵାର୍ଡ ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ ବୋଲି ଫେସବୁକ୍‌ କର୍ତ୍ତୃପକ୍ଷ କହିଛନ୍ତି । ତେବେ ଡାଟାର ଅପବ୍ୟବହାର ହୋଇଛି କି ନାହିଁ ସେନେଇ ତଦନ୍ତ କରାଯିବ ।

facebook1ଯାହାର ଆକାଉଣ୍ଟ ହ୍ୟାକ୍‌ ହୋଇଥିବା, ସେମାନଙ୍କୁ ନ୍ୟୁଜ୍‌ ଫିଡ୍‌ ସେକ୍ସନରେ ନୋଟିଫିକେସନ୍‌ ମିଳିବ । ସୁରକ୍ଷା ଦୃଷ୍ଟିରୁ ଫେସବୁକ୍‌ ଏବେ ଭିଉ ଆଜ୍‌ ଫିଚରକୁ ବନ୍ଦ କରି ଦେଇଛି । କାରଣ ଏହାଦ୍ୱାରା ଆକାଉଣ୍ଟ ହ୍ୟାକ୍‌ ହୋଇଥାଏ । ଡିଜିଟାଲ୍‌ ଲଗିନ୍‌ କୋର୍ଡ ହେଉଛି ଏମିତି ବ୍ୟବସ୍ଥା, ଯାହାଦ୍ୱାରା ଆକାଉଣ୍ଟଧାରୀଙ୍କୁ ଗୋଟିଏ ଡିଭାଇସ୍‌ରେ ବାରମ୍ବାର ଲଗିନ୍‌ ଆଇଡି ଓ ପାସଓ୍ଵାର୍ଡ ଦେବାକୁ ପଡ଼ିବ ନାହିଁ । ସବୁବେଳେ ଲଗିନ୍‌ରେ ରହି ଥାଆନ୍ତି ୟୁଜର୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.