ବେଆଇନ୍‌ ଖଣି ଖନନ ମାମଲା,କେନ୍ଦୁଝର ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ଆଜି ଶୁଣାଣି

କେନ୍ଦୁଝର(କେନ୍ଯୁଜ୍) : ବେଆଇନ୍‌ ଖଣି ଖନନ ମାମଲାରେ କେନ୍ଦୁଝର ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ଆଜି ଶୁଣାଣି । ହାଜର ହେବେ ୨୩ଟି ଖଣି ମାଲିକ । ସେମାନଙ୍କୁ ହାଜର ହେବାକୁ ନୋଟିସ୍‌ ଜାରି କରାଯାଇଥିଲା । ଏମାନଙ୍କ ଭିତରେ ଅଛନ୍ତି କେନ୍ଦୁଝର ଖଣି ସର୍କଲ ୩ ଓ ଯୋଡ଼ା ସର୍କଲର ୨୦ ଜଣ ଖଣି ମାଲିକ । ହାଜର ହେବାକୁ ପୂର୍ବରୁ ନୋଟିସ୍‌ ଜାରି କରାଯାଇଥିଲେ ବି ଓକିଲଙ୍କ ଆନ୍ଦୋଳନ ଯୋଗୁ ଶୁଣାଣି ହୋଇ ପାରି ନଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବେଆଇନ ଖଣି ଖନନ ନେଇ ଜରିମାନା ଦେଇପାରିନଥିବା ଖଣି ମାଲକଙ୍କ ବିରୋଧରେ ସାର୍ଟିଫିକେଟ କେସ ରୁଜୁ ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବେଆଇନ ଖଣି ଖନନ ଲାଗି ଲିଜ୍‌ଧାରୀଙ୍କଠାରୁ ୧୭ହଜାର ୫ଶହ କୋଟି ଟଙ୍କା କ୍ଷତିପୂରଣ ଆଦାୟ ହେବା କଥା । ତେବେ ୧୨ ହଜାର କୋଟି ଟଙ୍କା ଆଦାୟ ହୋଇଛି । ଅବଶିଷ୍ଟ ୫ହଜାର ୫ଶହ କୋଟି ଟଙ୍କା ଆଦାୟ ନେଇ ଜିଲ୍ଲାପାଳଙ୍କୁ ସାର୍ଟିଫିକେଟ୍‌ କେଶ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.