Below header

ବ୍ରତ ଏବଂ ଉପାସରେ ଚା’ ପିଉଛନ୍ତି କି ? ତେବେ ହୋଇଯାନ୍ତୁ ସାବଧାନ୍

ନବରାତ୍ରୀ, ଦିପାବଳୀ ଏବଂ ଅନେକ ପୂଜା ପାର୍ବଣରେ ବହୁତ ଲୋକ ବ୍ରତ ରଖିଥାନ୍ତି। ଏଥିପାଇଁ କେତେକ ଲୋକ ଫଳ ଖାଆନ୍ତି ତ ଆଉ କେତେକ ଲୋକ ଗୋଟିଏ ଟାଇମ୍ ଖାଦ୍ୟ ଗ୍ରହଣ କରନ୍ତି। ହିନ୍ଦୁ ଧର୍ମରେ ଫଳ ଆହାର କରିବାର ବହୁତ ମହତ୍ତ୍ବ ରହିଛି କିନ୍ତୁ ଏହିଭଳି କେବଳ ଫଳ ଖାଇ ରହିବା କେତେକ ଲୋକଙ୍କୁ ବହୁତ କଠିନ ହୋଇଥାଏ।

ଏମିତିରେ ଲୋକ ଚା‘ ଏବଂ କଫିର ସାହାରା ନେଇଥାନ୍ତି। କିନ୍ତୁ ପ୍ରଶ୍ନ ଉଠୁଛିଯେ କଣ ବ୍ରତରେ ଏହା ପିଇବା ଉଚିତ। ଆସନ୍ତୁ ଜାଣିବା ଏହା ବିଷୟରେ।

coffee

କଣ କହିଥାଏ ନିୟମ

ବିଶେଷଜ୍ଞଙ୍କ ଅନୁଯାୟୀ ଏହାକୁ ପିଇବା ଦ୍ବାରା ନୂଆ ରୋଗ ପ୍ରତିରୋଧକ କୋଶିକା ତିଆରି ହେବାର ସାହାଯ୍ୟ କରିଥାଏ। ଏହାକୁ ପିଇବା ଦ୍ବାରା ଫ୍ୟାଟ ବର୍ଣ୍ଣିଙ୍ଗ ପ୍ରୋସେସ ବଢ଼ିଯାଇଥାଏ। ଯାହା ଦ୍ବାରା ଚର୍ବୀ ଜଲଦି ବଢ଼ିଥାଏ। ଫ୍ୟାଟ ସେଲ୍ସ ଲ୍ୟାପ୍ଟିନ ନାମକ ହରମୋନକୁ ବଢ଼ାଇଥାଏ। ଏହି କାରଣରୁ କମ୍ କ୍ୟାଲୋରୀ ମିଳିବା ଯୋଗୁଁ ଲ୍ୟାପ୍ଟିନର ସକ୍ରୀୟତା ଉପରେ ପ୍ରଭାବ ପକାଇଥାଏ ଏବଂ ଓଜନ କମ୍ ହୋଇଥାଏ। ଏହି କାରରରୁ ବ୍ରତରେ ଫଳ ହିଁ ଖାଇବା ଆବଶ୍ୟକ।

drink teaଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛିଯେ ବ୍ରତରେ ଏହାକୁ ନେବା ଦ୍ବାରା ମେଟାବୋଲିକ ରେଟ ୩ ରୁ ୧୨ ପ୍ରତିଶତ ପର୍ଯ୍ଯନ୍ତ ବଢ଼ିଥାଏ। ଏହାଦ୍ବାରା ପାଚନ କ୍ରୀୟା ଭଲରେ କାମ କରିଥାଏ।

କଣ ବ୍ରତରେ ଚା’ କିମ୍ବା କଫି ପିଇବା ଉଚିତ

ଯଦି ବୈଜ୍ଞାନିକଙ୍କ ମତରେ ଦେଖାଯାଏ, ତେବେ ବ୍ରତ ରଖିବାର କାରଣ ଶରୀରକୁ ଡି-ଟକ୍ସ ଦେବା କିମ୍ବା ଏଥିରେ ଯେତେ କମ୍ ଖାଇବ ଏବଂ ଯେତେ ଅଧିକ ତରଳ ଖାଦ୍ୟ ଖାଇବା ଭଲ ହୋଇଥାଏ। ଏଥିରେ ଶରୀରରେ ଥିବା ପାଚନ ତନ୍ତ୍ର ଭଲରେ କାର୍ଯ୍ଯ କରିଥାଏ। କିନ୍ତୁ ଏହାର ମାନେ ନୁହେଁଯେ ଏଥିପାଇଁ ଆମେ କୌଣସି ଭି ତରଳ ପଦାର୍ଥ ପିଇନେବା ଉଚିତ। ଭାରତରେ ଏଥିପାଇଁ ଚା’ ଏବଂ କଫି ପିଇବାର ବହୁତ ଚଳଣୀ ରହିଛି।

ଏହା ସହ ପଢ଼ନ୍ତୁ : ସ୍ବାସ୍ଥ୍ୟ ପାଇଁ ବରଦାନ ହଳଦୀ ପାଣି , ନିୟମିତ ପିଅନ୍ତୁ ଅନେକ ମାରାତ୍ମକ ରୋଗରୁ ମୁକ୍ତି ପଆନ୍ତୁ

coffee dayଭୋକ ନ ଲାଗିବା ଏବଂ ଥକାପଣ ଅନୁଭୂତ ନହେଉ ଏଥିପାଇଁ ଲୋକ ମାନେ ଏହାକୁ ଖୁବ ଅଧିକ ପିଇଥାନ୍ତି। ଚା’ ଏବଂ କଫି ଦ୍ବାରା କ୍ୟାଫିନର ମାତ୍ରା ବହୁତ ହୋଇଥାଏ। କିନ୍ତୁ ଏଥିପାଇଁ ଖାଲି ପେଟ କିମ୍ବା ସ୍ବଳ୍ପ ଆହାର କରିବା ପରେ ଏହାକୁ ଅଧିକ ମାତ୍ରାରେ ପିଇବା ଦ୍ବାରା ଏସିଡିଟି କିମ୍ବା ଗ୍ୟାସ ସମସ୍ୟା ଦେଖାଯାଇଥାଏ।

ଏକ୍ସପର୍ଟଙ୍କ କହିବାନୁଯାୟୀ ଫାସ୍ଟିଙ୍ଗରେ ଚା’ ପିଇବାର ଅଛି କି ନାହିଁ ଏହା ଆପଣ ନିଷ୍ପତ୍ତି ନେବେ। ଏହାକୁ ପିଇବା ଦ୍ବାରା ଧାର୍ମିକ ଆସ୍ଥା ଭାଙ୍ଗି ନଥାଏ କିନ୍ତୁ ଏହାକୁ ଅଧିକ ପିଇବା ଦ୍ବାରା ଏହା ଶରୀରକୁ ବହୁତ କ୍ଷତି ପହଁଞ୍ଚାଇଥାଏ ଏବଂ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.