ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ୧୫ ଦିନ ପରେ ମଧ୍ଯ ଦୁବାଇରୁ ଫେରିନାହିଁ ମୃତଦେହ

କେନ୍ଦ୍ରାପଡା(କେନ୍ଯୁଜ୍) : ପରିବାର ପ୍ରତିପୋଷଣ ପାଇଁ ଯାଇଥିଲେ ଦାଦନ ଖଟିବାକୁ, ହେଲେ ଆଉ ଫେରିଲେ ନାହିଁ ଘରକୁ । ଦୁବାଇକୁ ଦାଦନ ଖଟିବାକୁ ଯାଇଥିବା ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି । ହେଲେ ଆଶ୍ଚର୍ଯ୍ଯର କଥା ଆଜିକୁ ୧୫ ଦିନ ବିତିଯାଇଥିଲେ ସୁଦ୍ଧା ଘରକୁ ଫେରିନାହିଁ ତାଙ୍କ ମୃତ ଶରୀର । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାଜନଗର ମଧ୍ୟପଡ଼ା ଗାଁରେ । ମୃତକ ଜଣଙ୍କ ହେଉଛନ୍ତି ଦେବାଶିଷ।

family labourହେଲେ ଦେବାଶିଷଙ୍କ ମୃତ୍ୟୁ କିପରି ହେଲା, ତାକୁ ନେଇ ସନ୍ଦେହରେ ପରିବାର ଲୋକେ । ତୁରନ୍ତ ଗାଁକୁ ମରଶରୀର ଫେରାଇ ଆଣିବା ସହ କ୍ଷତିପୂରଣ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି । ତେବେ ଏନେଇ ଦେବାଶିଷଙ୍କ ପରିବାର ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ଶ୍ରମ କମିଶନରଙ୍କୁ ଅଭିଯୋଗ ପତ୍ର ପଠାଯାଇଥିବା ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.