ବୈପାରିଗୁଡ଼ାର ଅଟଳଗୁଡ଼ା ଜଙ୍ଗଲରେ ପୋଲିସ୍-ମାଓବାଦୀ ଗୁଳି ବିନିମୟ, ୨ମୃତ

ଜୟପୁର(କେନ୍ୟୁଜ୍):ପୋଲିସ-ମାଓବାଦୀ ଗୁଳି ବିନିମୟ । ୨ ମାଓବାଦୀ ମୃତ । ବିପୁଳ ମାଓ ସାମଗ୍ରୀ ଜବତ । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ କୁମାର ପଣ୍ଡିତ୍‌ ।

ବିଳମ୍ବିତ ରାତିରେ କୋରାପୁଟ ରାମଗିରି-ଗୁପ୍ତେଶ୍ୱର ରାସ୍ତାର ଅଟଳଗୁଡା ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଗୁଳି ବିନିମୟ ପରେ ଘଟଣାସ୍ଥଳରୁ ଅନ୍ୟ ମାଓବାଦୀ ଜଙ୍ଗଲ ମଧ୍ୟକୁ ଖସି ପଳାଇଛନ୍ତି । ସେମାନଙ୍କୁ ଧରିବାକୁ ଏବେବି କମ୍ବିଂ ଅପରେସନ୍‌ ଚାଲିଥିବା ସୂଚନା ମିଳିଛି । ଗାଁ ନିକଟରେ ୨୦ରୁ ଉର୍ଦ୍ଧ୍ୱ ମାଓବାଦୀ ଥିବା ସୂଚନା ମିଳିବା ପରେ କମ୍ବିଂ ଅପରେସନ୍‌ କରାଯାଇଥିଲା । ୨ ମାଓବାଦୀଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.