ଚୋରା ମଦ ବେପାରୀଙ୍କ ସହ ପୋଲିସ ବାବୁଙ୍କ ଗୁପ୍ତାଳାପ, ବେଫିକର ବେପାର କରିବା ପାଇଁ ମାଗୁଛନ୍ତି ଲାଞ୍ଚ

ଜଳେଶ୍ବର(କେନ୍ୟୁଜ୍):ଟଙ୍କା ଦିଅ ବେଫିକର ଚୋରା ମଦ ବ୍ୟବସାୟ କର । ଚୋରା ମଦ ବ୍ୟବସାୟୀଙ୍କଠାରୁ ପୁଣି ପୋଲିସ କର୍ମଚାରି ଟଙ୍କା ଲାଞ୍ଚ ନେଇଥିବାର  ଅଡିଓ ଏବେ ମୋବାଇଲ ରୁ ମୋବାଇଲ  ଭାଇରାଲ ହେବାର ଲାଗିଛି । ସୂଚନା ମୁତାବକ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ  ରାଇବଣିଆ ଥାନା ର କନେଷ୍ଟବଳ ଧନଞ୍ଜୟ ପାତ୍ର ଫୋନ ଯୋଗେ ମଦ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲାଞ୍ଚ ମାଗୁଛନ୍ତି । ଏପରିକି ଏହି ଅଡିଓ  ରେ ପୋଲିସ କର୍ମଚାରୀ ଜଣଙ୍କ କହୁଛନ୍ତି ପୋଲିସ କିପରି ଚୋରା ମଦ ବ୍ୟବସାୟୀ ମାନଙ୍କ ସହିତ ମଧୁଚନ୍ଦ୍ରିକା କରି ଆପୋଷ ବୁଝାବଣା କରି କେସ ଦିଆଯାଏ । ଏବଂ ଥାନା ବାବୁ ଟଙ୍କା ନେଇ କିପରି ମଦ ବେପାରକୁ ପ୍ରସୟ ଦେଉଛନ୍ତି ଏହି କଲ ରେକର୍ଡ ସ୍ପଷ୍ଟ ଭାବେ ଜଣାପଡୁଛି ।

ଅଡିଓ ଭାଇରାଲ୍ କରିଥିବା ମଦ ବେପାରି ସୁଧିର ମହାନ୍ତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ପୋଲିସ ପ୍ରଥମେ ମତେ ବାଧ୍ଯ କରୁଛନ୍ତି ମଦ ବିକ୍ରି କରିବା ପାଇଁ , ତାପରେ  ମଦ ବିକ୍ରି ଆରମ୍ଭ କରିବା ପରେ ପରେ ଥାନାର କିଛି ଅଧିକାରୀମାନେ ଟଙ୍କା ମାଗୁଛନ୍ତି । ମାସକୁ ମୋଟା ଅଙ୍କର ଟଙ୍କା ଦେଲା ପରେ ମଧ୍ଯ ସେମାନେ ଗିରଫ କରି କୋର୍ଟ ଚାଲାଣ କରୁଛନ୍ତି,  ପଚାରିବାରୁ ନାଲି ଆଖ ଦେଖାଇବା ସହ  ଗିରଫ କରିଦେବା ର  ଧମକ ଦେବା ସହିତ ଅଧିକ ଟଙ୍କା ଦିଅ ବୋଲି କହିଛନ୍ତି । ତେବେ ଏ ଫୋନ ଅଡିଓରୁ  ଭାବେ ଜଣାପଡୁଛି କିପରି ଚାଲିଛି ପୋଲିସ ବାବୁ ଏବଂ  ମଦ ମାଫିଆ ସହିତ ମଧୁ ଚନ୍ଦ୍ରିକା , କିଛି ଅସାଧୁ ପୋଲିସ କର୍ମଚାରୀଙ୍କ ପାଇଁ ଚୋରା ନିଶା କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଦେଖିବାକୁ ବାକି ଏ ଭଲି ଲାଞ୍ଚ ଖୁର ପୋଲିସ କର୍ମଚାରୀଙ୍କ ଉପରେ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି ଜିଲ୍ଲା ପୋଲିସ ଅଧିକାରୀ,ଏନେଇ ଜଳେଶ୍ବର ଥାନା ଅଧିକାରିଣୀଙ୍କୁ ପଚାରିବାରୁ କ୍ଯାମେରା ସାମ୍ନା ରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ଏବଂ ଭାଇରାଲ ଅଡିଓ ର ତଦନ୍ତ କରିବେ ବୋଲି କହିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.