Below header

କାଲି ରାଜ୍ୟରେ ଭ୍ୟାକସିନ୍‌ ନେବେ ପୋଲିସ ଡିଜିଙ୍କ ସହ ସବୁ ଜିଲ୍ଲାପାଳ ଓ ଏସପି

କେନ୍ୟୁଜ୍(ବ୍ୟୁରୋ): କାଲିଠୁ ରାଜ୍ୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କ ଦିଆଯିବ ଟିକା । ଭ୍ୟାକସିନ୍‌ ନେବେ ପୋଲିସ ଡିଜି, ସବୁ ଜିଲ୍ଲାପାଳ ଓ ଏସପି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ସବୁ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖାଯାଇଛି ।

କାଲି ସମସ୍ତ ବରିଷ୍ଠ ଅଧିକାରୀ ନେବେ କୋଭିଡ୍‌ ଟିକା । ଟିକା ନେବା ସମୟର ଫଟୋ ଟ୍ଵିଟ୍‌ କରିବେ ଅଧିକାରୀ । ଅନ୍ୟମାନଙ୍କର ମନୋବଳ ବଢ଼ାଇବା ସହ ସଚେତନତା ସୃଷ୍ଟି ହେବ । ଆଜି ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲରେ କୋଭିଡ୍‌ ଟିକା ନେଇଥିଲେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଟିକା ସୁରକ୍ଷିତ ଓ ସମସ୍ତେ ନେବାକୁ ଅପିଲ୍‌ କରିଛନ୍ତି ପ୍ରଦୀପ୍ତ ମହାପାତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.