ଫାଷ୍ଟ ଡେ ଫାଷ୍ଟ ସୋ’ରେ ବାଜି ମାରି ନେଲା ଇଂଲଣ୍ଡ, ଟିମ୍‌ ଇଣ୍ଡିଆ ହେଲା ଜଳକା

ଚେନ୍ନାଇ : ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ନିଜକୁ ସମ୍ଭାଳି ନେଲା ଭ୍ରମଣକାରୀ ଇଂଲଣ୍ଡ ଦଳ । ଆଉ ଅଧିନାୟକ ଜଏ ରୁଟ୍‌ ଜମେଇଲେ ଶତକ । ତାଙ୍କୁ ଖୁବ୍‌ ସାଥ୍‌ ଦେଲେ ଡୋମିନିକ୍‌ ସିବଲି । ଫଳରେ ପ୍ରଥମ ଟେଷ୍ଟର ପ୍ରଥମ ଦିନ ଖେଳରେ ଭାରତ ବିପକ୍ଷରେ ଇଂଲଣ୍ଡ ୩ ଓ୍ଵିକେଟ୍‌ ହରାଇ କରିଛି ୨୬୩ ରନ୍‌ ।

ଇଂଲଣ୍ଡ ଆଜି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ମାତ୍ର ୨୩ ରନ୍‌ରେ ଭାରତୀୟ ବୋଲର୍‌ମାନେ ଇଂଲଣ୍ଡର ଦୁଇଟି ଓ୍ଵିକେଟ୍‌ ଝଡ଼ାଇ ଦେବା ପରେ ଲାଗୁ ନଥିଲା ଏମାନେ ଅଧିକ ବାଟ ଯିବେ । ହେଲେ ରୁଟ୍‌ ଓ ସିବଲି ପୂରା ଧୈର୍ଯ୍ୟ ଏବଂ ସାହସ ଦେଖାଇ ଘରୋଇ ଦଳର ବୋଲରଙ୍କୁ ନିରାଶ କରିଦେଲେ । ପ୍ରଥମ ଦିବସ ଖେଳ ଶେଷ ବେଳକୁ ରୁଟ୍‌ ୧୯୭ ବଲ୍‌ରେ ୧୨୮ ରନ୍‌ (୧୪ ଚୌକା, ୧ ଛକା) କରି ଅପରାଜିତ ରହିଛନ୍ତି । ତେବେ ସିବଲି ୨୮୬ ବଲ୍‌ରେ ୮୭ ରନ୍‌ କରି ରନ୍‌ ବୁମରାଙ୍କ ବଲ୍‌ରେ ଆଉଟ୍‌ ହୋଇଛନ୍ତି । ଏହି ଆଉଟ୍‌ ସହ ଆଜିର ଖେଳ ଶେଷ ହୋଇଛି । ସେତେବେଳେକୁ ଆଜିର ଖେଳର ଆଉ ୩ଟି ବଲ୍‌ ବାକିଥିଲା । ଏମାନଙ୍କ ଭିତରେ ତୃତୀୟ ଓ୍ଵିକେଟ୍‌ ରନ୍‌ର ଭାଗିଦାରୀ ହୋଇଛି ।

ଭାରତୀୟ ଦଳର ଦୁଇ ବୋଲର୍‌ ବୁମରା ୨ଟି ଏବଂ ଅଶ୍ୱିନ୍‌ଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିବା ବେଳେ ଆଉ ସମସ୍ତେ ଫେଲ୍‌ ମାରିଥିଲେ ।

ସ୍କୋର : ଇଂଲଣ୍ଡ ପ୍ରଥମ ଇନିଂସ୍‌ ପ୍ରଥମ ଦିନ-୩/୨୬୩ ରନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.