ମହାକାଶ ରହଣି ସାରି ଫେରିଲେ ୧୨ଟି ମଦ ବୋତଲ, କାରଣ ଜାଣିବା ପାଇଁ ପଢନ୍ତୁ ପୂରା ଖବର

ଏମିତିତ ଆପଣ ମହାକାଶରେ ଅନେକ ଆଷ୍ଟ୍ରୋନଟସ( ମହାକାଶୀୟ ବସ୍ତୁ) ଗୁଡିକୁ ଚଳପ୍ରଚଳ କରୁଥିବା ଦେଖିଥିବେ । ଚନ୍ଦ୍ରରେ ସାଧାରଣ ଲୋକେ ଜାଗା କିଣିବା ସହିତ ବୈଜ୍ଞାନିକ ମାନେ ଚାଷ ବାସ ବି ଆରମ୍ଭ କରିଦେଲେଣି । କିନ୍ତୁ ମହାକାଶରେ ବୋତଲ ସେ ପୁଣି ମଦ ବୋତଲ ସେ କଥା ହୁଏତ କେହି ସ୍ବପ୍ନରେ ସୁଧା ଭାବି ନଥିବେ । ଜାଣି ଆଶ୍ଚର୍ଯ୍ୟ ହେବେ ୨୦୧୯ ନଭେମ୍ବର ମାସରେ ଫ୍ରାନ୍ସର ଅନ୍ତରାଷ୍ଟ୍ରୀୟ ସ୍ପେସ ଷ୍ଟେସନ ମହାକାଶରେ ମହାକାଶଚାରୀଙ୍କ ସହ ୧୨ ଟି ୱାଇନ ବୋତଲ ପଠାଇଥିଲେ । ସେମାନେ ଏହା ଜରିଆରେ ଅନ୍ୟରୀକ୍ଷର ଜିରୋ ଗ୍ରଭିଟି ରହସ୍ୟ ବିଷୟରେ ଜାଣିବାକୁ ଚେଷ୍ଟା କରୁଥିଲେ । ସ୍ପେସରେ ପାଖାପାଖି ୧ ବର୍ଷ ବିତେଇବା ପରେ ଏବେ ସେହି ୧୨ଟି ବୋତଲ ପୃଥିବୀ ପୃଷ୍ଠକୁ ଅଣାଯାଇଛି ।

Image result for wine bottles

ଏହି ବୋତଲ ଗୁଡିକ ଉତ୍ତମ କ୍ୱାଲିଟିର ୱାଇନ ବୋତଲ ବୋଲି ଜଣାଯାଇଛି । ଯାହାର ପ୍ରୟୋଗ ଲକ୍ସଜମବର୍ଗର ଷ୍ଟାର୍ଟ ଅପ ସ୍ପେସ କାର୍ଗୋ ଅନଲିମିଟେଡ଼ ତରଫରୁ କରାଯାଇଥିଲା । ଏହି ସଂସ୍ଥା ପକ୍ଷରୁ ହିଁ ବୋତଲ ଗୁଡିକୁ ଭଲରେ ବନ୍ଦ କରିବା ପାଇଁ ପ୍ରଥମେ ଏକ ବଡ ଷ୍ଟିଲ ସିଲିଣ୍ଡରରେ ଭର୍ତ୍ତି କରାଯାଇଥିଲା । କମ୍ପାନୀର ଉଦ୍ଦେଶ୍ୟ ଥିଲାକି ବୋତଲ ଗୁଡିକ ଏକ ବର୍ଷ ପାଇଁ ମହାକାଶରେ ରହୁ । ଯାହାଦ୍ୱାରା ଜଣାପଡିବକି ମହାକାଶରେ ଜିରୋ ଗ୍ରାଭିଟି ପରିବେଶରେ ଏହି ୱାଇନର ସ୍ୱାଦ ବଦଳୁଛିକି ନାହିଁ । ନା ସେଥିରେ ଆଉ କିଛି ପରିବର୍ତ୍ତନ ଆସିଛି । ସୂଚନା ଦେବା ଯୋଗ୍ୟଯେ, ଚଳିତ ମାସ ଅର୍ଥାତ ଫେବୃଆରୀ ଶେଷ ସୁଦ୍ଧା ଏହି ବୋତଲ ଗୁଡିକୁ ଖୋଲାଯିବ ବୋଲି ଯୋଜନା ହୋଇଛି । ବୋତଲରେ ମହଜୂତ ଥିବା ୱାଇନର ସ୍ୱାଦ ଚାଖିବା ପାଇଁ ଏକ ଟେଷ୍ଟିଙ୍ଗ ଇଭେଣ୍ଟ ମଧ୍ୟ ଆୟୋଜନ କରାଯିବ ।

ଏହି ଆୟୋଜନ ଫ୍ରାନ୍ସରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ଆଉ ଏଥିରେ ୱାଇନ କମ୍ପାନୀର ନାମୀଦାମୀ ବିଶେଷଜ୍ଞ ଦଳ ମଧ୍ୟ ସାମିଲ ହେବେ । ଫ୍ରାନ୍ସ ବ୍ୟତୀତ ବୋରଦୋ ବିଶ୍ୱବିଦ୍ୟାଳୟ ଓ ଜର୍ମାନୀର ବେବେରୀୟ ବିଶ୍ୱବିଦ୍ୟାଳୟ ବୈଜ୍ଞାନିକ ଦଳଙ୍କୁ ବି ଏଥିରେ ସାମିଲ କରାଯିବ । ଟେଷ୍ଟିଙ୍ଗ ବ୍ୟତୀତ ଏହି ୱାଇନର କେମିକାଲ ଗୁଡିକର ବି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ | ଗ୍ଲୋବାଲ ୱାର୍ମିଙ୍ଗ ବ୍ୟତୀତ ଜଳବାୟୁ ବାରିବର୍ତ୍ତନ କାରଣରୁ ପୃଥିବୀ ପୃଷ୍ଠର ତାପମାତ୍ରା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏହି କାରଣରୁ ବୈଜ୍ଞାନିକ ମାନେ ନୂଆ ନୂଆ ତରିକା ଆପଣେଇବାରେ ଲାଗିଛନ୍ତି ।

Leave A Reply

Your email address will not be published.