Below header

ଇଜିପ୍ଟରୁ ମିଳିଲା ସୁନାର ଜିଭ ଥିବା ମମି, ରାଣୀ କ୍ଲିୟୋପାଟ୍ରାଙ୍କ ଅବଶେଷ ହୋଇଥିବା ଅନୁମାନ

ମିଶର(ଇଜିପ୍ଟ) ପିରାମିଡ୍‌ ପାଇଁ ପ୍ରସିଦ୍ଧ। ପୂର୍ବରୁ ଏଠାରୁ ଅନେକ ମମି ମିଳିସାରିଛି। କିନ୍ତୁ ଏଥର ଯେଉଁ ମମି ମିଳିଛି, ତାହା ଖାସ୍‌ ପ୍ରକାରର। ଏହି ମମିକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ବାସ୍ତବରେ, ମମିରେ ସୁନାର ଜିଭ ଲାଗିଛି, ଯାହାକି ବିଶ୍ୱରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସରକାରୀ ସୂତ୍ରରୁ ଜଣାପଡ଼ିଛି, ସନ୍ଧାନରୁ ମିଳିଥିବା ଏହି ମମି ମିଶରର ଟୋଲ୍‌ମୀ ସାମ୍ରାଜ୍ୟର ଚର୍ଚ୍ଚିତ ରାଣୀ କ୍ଲିୟୋପାଟ୍ରାଙ୍କର। ମମିର ଅବସ୍ଥା ଠିକ୍‌ ନାହିଁ। ଏହି ମମି ସହ ଜଡ଼ିତ ଅନେକ ରହସ୍ୟ ବି ଏବେ ଧୀରେ ଧୀରେ ଚର୍ଚ୍ଚା ପରିସରକୁ ଆସୁଛି। ରାଣୀ କ୍ଲିୟୋପାଟ୍ରାଙ୍କ ମମିର ସନ୍ଧାନ ମିଳିବା ପରେ ପୁଣିଥରେ ପ୍ରାଚୀନ ସଭ୍ୟତା ବିଷୟରେ ଲୋକେ ଜାଣିବାକୁ ପାଇଛନ୍ତି। ସୁନା ଜିଭ ଥିବା ଏହି ମମିକୁ ତାପୋସିରିସ ମାଗ୍ନାରୁ ବାହାର କରାଯାଇଛି, ଯାହାକି ପାଖାପାଖି ୨ ହଜାର ବର୍ଷର ପୁରୁଣା ବୋଲି କୁହାଯାଉଛି।

ସୁନାର ଜିଭ

ମମିକୁ ନେଇ ଆହୁରି ବି ଏକ ଚର୍ଚ୍ଚା ହେଉଛି ଯେ ମୃତ୍ୟୁ ପରେ ଦେବତାଙ୍କ ସହିତ କଥା ହେବା ପାଇଁ ରାଣୀ କ୍ଲିୟୋପାଟ୍ରାଙ୍କ ଜିଭକୁ କାଟି ସୁନାର ଜିଭ ଲଗାଇ ଦିଆଯାଇ ଥାଇପାରେ। ଯଦିଓ ଏହି ତଥ୍ୟର କୌଣସି ଠୋସ୍‌ ପ୍ରମାଣ ନାହିଁ। ସେପଟେ ଏହି ମମିକୁ ବାହାର କରାଯିବା ପରେ ପ୍ରତ୍ନତତ୍ତ୍ୱ ବିଭାଗ ଏହାର ଯାଞ୍ଚ କରୁଛି। ଖନନ ସମୟରେ ୧୬ଟି ମମି ମିଳିଥିଲା, ସେଥିମଧ୍ୟରୁ ଗୋଟିଏର ଜିଭ ସୁନା ରହିଛି।

ଦେବତାଙ୍କୁ ନେଇ ପ୍ରଗାଢ଼ ବିଶ୍ୱାସ

ଏଠି ପାତାଳ ଲୋକର ଦେବତାଙ୍କୁ ପୂଜା କରାଯାଇଥାଏ। ତାଙ୍କ ସହିତ କଥା ହେବା ପାଇଁ ଲୋକେ ସୁନାର ଜିଭ ବ୍ୟବହାର କରୁଥିଲେ। ଯଦିଓ Egyptian Antiquities Ministry କହିଛି ଯେ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ କି, ପ୍ରକୃତରେ ଏହି ମମିରେ ସୁନାର ଜିଭ କାହିଁକି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.