Below header

ପଞ୍ଜୀକୃତ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀ କୋଭିଡ ଟିକା ନ ନେଲେ ସେମାନଙ୍କ ଦରମା ବନ୍ଦ ହେବ

କଟକ(କେନ୍ୟୁଜ୍):  କୋଭିଡ ଟିକା ନ ନେଲେ ହେବ ଦରମା ବନ୍ଦ । ପଞ୍ଜୀକୃତ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀ କୋଭିଡ ଟିକା ନ ନେଲେ ସେମାନଙ୍କ ଦରମା ବନ୍ଦ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ । ଏନେଇ ଏସସିବି, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ଶିଶୁ ଭବନ କର୍ତ୍ତୃପକ୍ଷଙ୍କ ସହ କଟକ ସିଡିଏମଓ ଏବଂ DSWOଙ୍କୁ ଚିଠି ଲେଖିଛନ୍ତି କଟକ ଜିଲ୍ଲାପାଳ । କୋଭିଡ ଟିକା ପାଇଁ ପଞ୍ଜିକୃତ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଫେବ୍ରୁଆରୀ ୧୦ ସୁଦ୍ଧା ଭ୍ୟାକ୍ସିନ ନେବାକୁ ଅନୁରୋଧ କରାଯାଇଛି ।

ଏଥିରେ ଖିଲାପ ହେଲେ ଦରମା, ପାରିତୋଷିକ ବନ୍ଦ କରିବାକୁ ଜିଲ୍ଲାପାଳ ଚିଠି ଲେଖିଛନ୍ତି । ଏହି ଚିଠିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କଟକ ଜିଲ୍ଲାରେ କୋଭିଡ ଟିକାକରଣ ହାର କମ୍‌ ରହିଛି । ଏହି ହାର ବୃଦ୍ଧି ପାଇଁ ଜିଲ୍ଲାପାଳ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି । ଟିକା ନେବା ନନେବା ଇଚ୍ଛାଧୀନ ନିଷ୍ପତ୍ତି । ଏନେଇ କାହାକୁ ବାଧ୍ୟ କରାଯାଇ ପାରିବନି ବୋଲି ପୂର୍ବରୁ ସରକାର ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.