Below header

ଭୁବନେଶ୍ୱରର ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ ଭିନ୍ନକ୍ଷମ ଯୁବତୀଙ୍କୁ ନିର୍ଯାତନା ମାମଲା: ମୁଖ୍ୟ ଅଭିଯୁକ୍ତ ଅଟକ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ପଳାସପଲ୍ଲୀ ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ ଭିନ୍ନକ୍ଷମ ଯୁବତୀଙ୍କୁ ନିର୍ଯାତନା ମାମଲାର ମୁଖ୍ୟ ଅଭିଯୁକ୍ତ ଅଟକ। ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାକୁ ଅଟକ ରଖିଛି ଏୟାରପୋର୍ଟ ଥାନା ପୋଲିସ। ଯୁବତୀଙ୍କୁ ନିର୍ଯାତନା ମାମଲାରେ ଭାଇରାଲ ହୋଇଥିବା ଭିଡିଓ ନେଇ ପଚରାଉଚରା ଚାଲିଥିବା ଜଣାପଡ଼ିଛି।

ଏହାପୂର୍ବରୁ ଫେବୃଆରୀ ଏକ ତାରିଖରେ ମହାସଂଘର ମହିଳା ପ୍ରଶିକ୍ଷକ ତଥା ସୁରେଶଙ୍କ ସହଯୋଗୀ ମଧୁମଞ୍ଜରୀ ଧଳଙ୍କୁ ଗିରଫ କରିଛି ଏୟାରପୋର୍ଟ ଥାନା ପୋଲିସ। ଏୟାରପୋର୍ଟ ଥାନାରେ ନିର୍ଯାତନାର ଏକାଧିକ ସାଂଘାତିକ ଅଭିଯୋଗ ଆଣିଥିଲା। ଭିନ୍ନକ୍ଷମଙ୍କୁ ନିର୍ଯାତନା ମାମଲା ଉଠିବା ପରଠାରୁ ସୁରେଶ ଓ ମଧୁମଞ୍ଜରୀ ଫେରାର ଥିଲେ । ଦୁଇମାସ ଧରି ଫେରାର ଥିଲେ ସଂପାଦକ ସୁରେଶ ବେହେରା।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.