Below header

ବେଆଇନ ଭାବେ ଚାଲୁଥିବା ଡିଜେଲ ଡିପୋ ଉପରେ ପୋଲିସର ଚଢାଉ, ୯୦ଲିଟର ଚୋରାତେଲ ଜବତ

ଯାଜପୁର(କେ ନ୍ୟୁଜ):  ଯାଜପୁର ଜିଲ୍ଲାର ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥର ଶ୍ରୀରାମପୁର ଟୋଲ ପ୍ଲାଜା ସନ୍ନିକଟରେ ବେଆଇନ ଭାବେ ଚାଲୁଥିବା ଚୋରା ଡିଜେଲ ଡିପୋ ଉପରେ ପୋଲିସର ଚଢାଉ । ଚଢାଉ ସମୟରେ ପାଖାପାଖି ୯୦ଲିଟର ଚୋରାତେଲ ଜବତକରାଯିବା ସହ ତେଲ ଡିପୋକୁ ସିଲ କରାଯାଇଛି । ଏଥିସହ ଏହି ବେଆଇନ କାରବାରରେ ସଂପୃକ୍ତ ଥିବା ୪ଜଣଙ୍କୁ ଥାନାରେ ଅଟକରଖି ଅଧିକ ପଚରାଉଚରା କରୁଛି ଧର୍ମଶାଳା ପୋଲିସ । ସୂଚନାଥାଉ କି ଚୋରା ତେଲର ପେଣ୍ଠସ୍ଥଳୀ ପାଲଟିଛି ଶ୍ରୀରାମପୁର । ପାରାଦ୍ୱୀପରୁ ଆସୁଥିବା ବିଭିନ୍ନ ଟ୍ୟାଙ୍କରରୁ ଚୋରୀ କରି ତେଲମାଫିଆମାନେ ବିଭିନ୍ନ କ୍ରସରକୁ ଏହି ତେଲ ଚାଲାଣ କରିଥାନ୍ତି ।

ତେଲ ମାଫିଆମାନେ ପାଇପ ଲଗାଇ ଟ୍ୟାଙ୍କରରୁ ଡ୍ରମ ଓଜାରରେ ତେଲ ସଂଗ୍ରହ କରିଥାନ୍ତି । ବଜାର ଦର ଠାରୁ ୨୦ରୁ ୩୦ଟଙ୍କା କମ ଦରରେ ବିକ୍ରି କରି ଟ୍ୟାଙ୍କର ଡ୍ରାଇଭର, ହେଲପର ଓତେଲ ମାଫିଆ ମାଲାମାଲ ହୋଇଥାନ୍ତି । ଏହି ଚୋରା କାରାବାରଦୀର୍ଘ ଦିନ ଧରି ଚାଲି ଆସୁଥିଲା । ତେବେ ଆଜି ଧର୍ମଶାଳା ଥାନାଅଧିକାରୀ ସରୋଜ କୁମାର ସାହୁ ସଦଳବଳ ଚଢାଉ କରି ତେଲଟ୍ୟାଙ୍କର ସହ ପାଖାପାଖି ୯୦ଲିଟର ଚୋରା ତେଲକୁ ଜବତକରିଛି । ଏଥିସହ ଚୋରା ତେଲକୁ ସଂରକ୍ଷିତ କରି ରଖାଯାଉଥିବାଗୋଦାମ ଘରକୁ ସିଲ କରିବା ସହ ତେଲ ଟ୍ୟାଙ୍କର ଡ୍ରାଇଭର,ହେଲପର ଓ ୨ଜଣ ଚୋରା ତେଲ ବ୍ୟବସାୟୀଙ୍କୁ ଥାନାରେଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.