Below header

ଟେଷ୍ଟରେ ବେଷ୍ଟ କିଏ ହେବ, ଆସନ୍ତା କାଲି ଖେଳାଯିବ ଭାରତ- ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମ୍ୟାଚ

ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ବଢୁଛି ରୋମାଞ୍ଚ । ପ୍ରଥମ ଟାଇଟଲ ଲକ୍ଷ୍ୟରେ କୋହଲି ଓ ନ୍ୟୁଜିଲାଣ୍ଡ ଦଳ । ଓ୍ଵିନିଂ ଟ୍ରଫି ଜିତିବାକୁ ଏବେ ଭାରତୀୟ ଦଳ ପୁରା ଯୋଶରେ । ଫାଇନାଲ୍‌ ପୂର୍ବରୁ ଟିମ ଇଣ୍ଡିଆର ଖେଳାଳି ଝାଳବୁହା ଅଭ୍ୟାସ କରିଛନ୍ତି । ନ୍ୟୁଜିଲାଣ୍ଡକୁ ମାତ ଦେବାକୁ ବିରାଟ ବାହିନୀ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଗେମପ୍ଲାନ୍‌ । ବିରାଟ କୋହଲି ତାଙ୍କ ନେତୃତ୍ୱରେ କୌଣସି ଆଇସିସି ଟ୍ରଫି ଜିତିନାହାନ୍ତି । ସେହିପରି ଗତ ଦୁଇଥର ୫୦ ଓଭର ବିଶିଷ୍ଟ ବିଶ୍ୱକପରେ ରନର୍ସ ଅଫ ହୋଇଥିବା ନ୍ୟୁଜିଲାଣ୍ଡ ବି କୌଣସି ଆଇସିସି ଟ୍ରଫି ଜିତିନାହିଁ । ତେଣୁ ଫାଇନାଲ ଜିତି ଉଭୟ ସେମାନଙ୍କ ଖାତାରେ ଆଇସିସି ଟ୍ରଫି ଯୋଡିବାକୁ ଉଦ୍ୟମ କରିବେ । ଫାଇନାଲ ମ୍ୟାଚ ଡ୍ୟୁକ ବଲରେ ଖେଳାଯିବ ।

ଇଂଲଣ୍ଡ ପିଚରେ ବଲ ସାଧାରଣତଃ ସୁଇଂ ଓ ମୁଭ କରିଥିାଏ । ଭାରତୀୟ ବୋଲର ଏଭଳି ବୋଲିଂକୁ ଖେଳିବାରେ ଅଭ୍ୟସ୍ତ ନୁହଁନ୍ତି । ତେଣୁ ଇଂଲଣ୍ଡ ପିଚ ନ୍ୟୁଜିଲାଣ୍ଡ ଟିମ ପାଇଁ ବୋନସ ବୋଲି କୁହାଯାଉଛି । ପୂର୍ବରୁ କିଓ୍ଵି ଟିମ ଫାଇନାଲ ପୂର୍ବରୁ ଇଂଲଣ୍ଡ ସହ ୨ଟି ଟେଷ୍ଟ ଖେଳି ପିଚ, ବଲ, ସୁଇଂ ଓ ମୁଭ ସହ ଅଭ୍ୟସ୍ତ ଅଛନ୍ତି । ତେଣୁ ନ୍ୟୁଜିଲାଣ୍ଡର ପଲ୍ଲା ଭାରି ବୋଲି କ୍ରିକେଟ ବିଶେଷଜ୍ଞ ଆଶା କରୁଛନ୍ତି । ଏପଟେ ପୂର୍ବରୁ ଇଂଲଣ୍ଡରେ ଭାରତ ଅନେକ ମ୍ୟାଚ ଖେଳିବାର ଅଭିଜ୍ଞତା ରହିଛି । ତେଣୁ ପିଚକୁ ନେଇ କୌଣସି ଅସୁବିଧା ନଥିବା ଟିମ ଇଣ୍ଡିଆ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.