ଆଉ ଥରେ ପରଦାକୁ ଆସିବ ”ପବିତ୍ର ରିସ୍ତା” ଜାଣନ୍ତୁ ମାନବଙ୍କ ଭୂମିକାରେ କିଏ ଆସିବେ ନଜର

ଏକତା କପୁରଙ୍କ ଲୋକପ୍ରିୟ ଟିଭି ସିରିଏଲ “ପବିତ୍ର ରିସ୍ତା’ ସ୍ବର୍ଗତଃ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କ୍ୟାରିୟର ବଦଳାଇ ଦେଇଥିଲା । ଏହି ସିରିଏଲଟି ବନ୍ଦ ହେବାର ୮ ବର୍ଷ ହୋଇଯାଇଥିଲେ ମଧ୍ୟ ଆଜିବି ଦର୍ଶକ ମାନେ ଅର୍ଚ୍ଚନା ଓ ମାନବ ଙ୍କ ଯୋଡିକୁ ଭୁଲି ପାରି ନାହାଁନ୍ତି । କିନ୍ତୁ ଏହାରି ଭିତରେ ଓଟିଟି ପ୍ଲାଟଫର୍ମରେ ଏହି ଧାରାବାହିକ ପୁଣି ଥରେ ଦେଖିବାକୁ ପାଇବେ ଦର୍ଶକ । ସେ ବି ପୁଣି ଏକ ନୂଆ ରୂପରେ । ସୁଶାନ୍ତଙ୍କର ମୃତ୍ୟୁ ହେବା ପରେ ଏହାର ଆଲୋଚନା ଆରମ୍ଭ ହୋଇଥିଲା । କୁହାଯାଉଥିଲା କି ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପୁଣି ଥରେ ଏହି ସିରିଏଲକୁ ଆରମ୍ଭ କରିବାକୁ ଚାହୁଁଛନ୍ତି । ବର୍ତ୍ତମାନ ଖବର ଆସୁଛି ଯେ ଧାରାବାହିକର ଦ୍ୱିତୀୟ ଭାଗରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ପୁଣିଥରେ ଅର୍ଚ୍ଚନା ଭୂମିକାରେ ନଜର ଆସିବେ। ସେହିଭଳି ସୁଶାନ୍ତଙ୍କ ଭୂମିକାରେ ନଜର ଆସିପାରନ୍ତି ଅଭିନେତା ଶାହିର ଶେଖ । ଯଦି ଏଭଳି ହୁଏ ତେବେ ପବିତ୍ର ରିସ୍ତା ୨.୦ରେ ଶାହିର ମାନବ ଦେଶମୁଖ ଭୂମିକା ତୁଲାଇବେ ।

Shaheer-Sheikh-on-board-to-play-SPavitra-Rishta-2.0ଅନ୍ୟପଟେ ଶାହିର ପୂର୍ବରୁ ‘କୁଛ ରଙ୍ଗ ପ୍ୟାର୍‌ କେ ଐସେ ଭି’, ‘ୟେ ରିସ୍ତେ ହୈ ପ୍ୟାର୍‌ କେ, ମହାଭାରତ’ରେ ନଜର ଆସିଛନ୍ତି । ତାଙ୍କ ପୂର୍ବରୁ ଅଭିନେତା ହର୍ଷଦ ଚୋପ୍ରାଙ୍କୁ ମାନବଙ୍କ ଭୂମିକା ପାଇଁ କୁହାଯାଇଥିଲା । ହେଲେ ଏବେ ଶାହିଦଙ୍କୁ ବଛାଯାଇଥିବା ନେଇ ଚର୍ଚ୍ଚା ହେଉଛି । ୨୦୦୯ରେ ଆସିଥିବା “ପବିତ୍ର ରିସ୍ତା’ ରେ ସୁଶାନ୍ତ ସିଂହ ରାଜପୁତ୍ ଓ ଅଙ୍କିତା ଲୋଖଣ୍ଡେ ତାଙ୍କ ଅଭିନୟ ଜରିଆରେ ପ୍ରତ୍ୟେକଙ୍କ ଘରେ ଘରେ ପରିଚୟ ସୃଷ୍ଟି କରିଥିଲେ । ଏହା ଅଙ୍କିତାଙ୍କର ଡେବ୍ୟୁ ସରିଏଲ ଥିଲା । ଶୋ ରେ ଅଙ୍କିତା ଓ ସୁଶାନ୍ତ ଭୂମିକାରେ ଥିବା ବେଳେ ଦର୍ଶକଙ୍କ ଠାରୁ ଅନେକ ଭଲ ପାଇବା ମିଳିଥିଲା । ମାତ୍ର ୨୦୧୪ରେ ଏହି ସିରିଏଲ ବନ୍ଦ ହୋଇଯାଇଥିଲା । ଏହି ଶୋ ପୁଣି ଥରେ ଆରମ୍ଭ ହେବ ବୋଲି ଚର୍ଚ୍ଚା ହୋଇଥିଲା ।

ଖବର ଅନୁଯାୟୀ, ପବିତ୍ର ରିସ୍ତା ୨.୦ର କନସେପ୍ଟ ପ୍ରସ୍ତୁତ ହୋଇସାରିଛି । ଏହାକୁ ଏକତା କପୁର କାଷ୍ଟି କରୁଛନ୍ତି । ଅଙ୍କିତା ଅର୍ଚ୍ଚନା ଭୂମିକାରେ ଥିବା ବେଳେ ମାନବ ଭୂମିକା ପାଇଁ ଶାହୀର ଶେଖଙ୍କୁ ବଛାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.