Below header

ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ ନେଇ ଆଜି ସୁପ୍ରିମକୋର୍ଟରେ CBSEର ରିପୋର୍ଟ ଦାଖଲ

ନୂଆଦିଲ୍ଲୀ (କେ ନ୍ୟୁଜ): କେମିିତି ହେବ ସିବିଏସଇ ଓ ICSE ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ ନେଇ ଆଜି ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବେ ଉଭୟ ବୋର୍ଡ କର୍ତ୍ତୃପକ୍ଷ । ସିବିଏସଇ ବୋର୍ଡ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାରେ ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀକୁ ଯଥାକ୍ରମେ ୩୦:୩୦: ୪୦ ଅନୁପାତରେ ଗ୍ରହଣ କରିବାକୁ ନିଷ୍ପିତ୍ତି ହୋଇଥିବା ସୂଚନା ମିଳିଛି। ମୂଲ୍ୟାୟନ ମାନଦଣ୍ଡ ନିର୍ଦ୍ଧାରଣ କରିବା ପାଇଁ ବିଶେଷଜ୍ଞ କମିଟି ଗଠନ କରିଥିଲା ସିବିଏସଇ । ବିକଳ୍ପ ମୂଲ୍ୟାୟନ ନେଇ ବିଶେଷଜ୍ଞ କମିଟି ବିଚାରବିମର୍ଶ କରିଛି । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଦଶମ, ଏକାଦଶ ଶ୍ରେଣୀର ମୋଟ ମାର୍କର

୩୦ ପ୍ରତିଶତ ଓ ଦ୍ୱାଦଶ ଶ୍ରେଣୀର ପ୍ରି-ବୋର୍ଡ ପରୀକ୍ଷାର ଫଳାଫଳ ଉପରେ ୪୦ ପ୍ରତିଶତ ମାର୍କ ମିଶାଯାଇ ଚୂଡାନ୍ତ ପରୀକ୍ଷାଫଳ ନିର୍ଦ୍ଧାରଣ କରାଯିବା ନେଇ ଯୋଜନା ପ୍ରସ୍ତୁତି ହେଉଛି। ବିଶେଷଜ୍ଞ କମିଟି ପକ୍ଷରୁ ମଧ୍ୟ ଏନେଇ ସହମତି ପ୍ରକାଶ ପାଇଥିବା ସୂଚନା ମିଳିଛି। ଦୁଇ ସପ୍ତାହ ଭିତରେ ମୂଲ୍ୟାୟନ ମାନଦଣ୍ଡ ସମ୍ପର୍କରେ ରିପୋର୍ଟ ଦେବାକୁ ଗତ ୩ ତାରିଖରେ ସିବିଏସଇ ଓ କାଉନସିଲ୍‌ ଫର ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ୍‌ ବା ICSEକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଗତ ଜୁନ୍‌ ୧ ତାରିଖରେ ସିବିଏସଇ ଓ ICSE ପରୀକ୍ଷା ବାତିଲ ନେଇ ଘୋଷଣା ହୋଇଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ବାତିଲ ହୋଇଥିଲା ପରୀକ୍ଷା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.