Below header

ବ୍ରହ୍ମଗିରିରେ ନିର୍ବାଚନୀ ହିଂସା: କେଉଁଠି ଗୋଷ୍ଠୀ ସଂଘର୍ଷ ତ କେଉଁଠି ବାଲାଟ ବକ୍ସ ଉଠାଇନେଲେ ଦୁର୍ବୃତ୍ତ

ବ୍ରହ୍ମଗିରି(କେନ୍ଯୁଜ୍): ପୁରୀ ଜିଲ୍ଲା ବ୍ରହ୍ମଗିରିରେ ପୁଣି ନିର୍ବାଚନୀ ହିଂସା । ଏଠାରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫ ଗୁରୁତର ହୋଇଥିବାର ସୂଚନା ମିଳିଛି।  ରାହାଡ଼ମଲ ଗ୍ରାମପଞ୍ଚାୟତର ନିଶିଭଅଁରର ବୁଥ୍ ନଂ-୮ରେ ଆଜି ସକାଳେ ମତଦାନ ଚାଲିଥିବା ବେଳେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଦେହରେ କ୍ଷତବିକ୍ଷତ ଚିହ୍ନ ରହିଛି।

ସେହିପରି ଅନ୍ଯପଟେ ବ୍ରହ୍ମଗିରିରେ ବୁଥ୍ ଭିତରୁ ବାଲାଟ ବକ୍ସ ଉଠାଇନେଇ ପଳାଇଛନ୍ତି କିଛି ଦୁର୍ବୃତ୍ତ। ଚାପମାଣିକ ପଞ୍ଚାୟତ କାଶିଝରିଆ ଗାଁର ୯ ନମ୍ବର ବୁଥରେ ବାଲାଟ ବକ୍ସ ଉଠାଇନେଇଛନ୍ତି। କିଛି ଦୁର୍ବୃତ୍ତ ଏପରି କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.