Below header

ବର୍ଷ ବର୍ଷ ଧରି ଚାଲିବ ଆପଣଙ୍କ ଇନଭର୍ଟର ବ୍ୟାଟେରୀ, କେବଳ କରନ୍ତୁ ଏହି ଛୋଟିଆ କାମ

ଆପଣଙ୍କ ଘର ଆଉ ଅଫିସରେ ଯଦି ସବୁଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ସୁବିଧା ରହିବା ଆବଶ୍ୟକ ତେବେ ତାହା ହେଉଛି ବିଦ୍ୟୁତ ସଂଯୋଗ। ପାଓ୍ଵାର କଟ୍‌ ପରେ ଲଗାତର ବିଜୁଳି ସପ୍ଲାଏ ରହିବା ବେଶ୍‌ ଜରୁରୀ। କାହିଁକିନା ଯେତେବେଳେ ବିଜୁଳି ନଥାଏ ସେତେବେଳେ ନା ଆପଣଙ୍କ ଅଫିସିଆଲ କାମ କିଛି ହୋଇପାରେ ନା ଫୋନ ଚାର୍ଜ ହୋଇପାରେ ନା ଓ୍ଵାଇଫାଇ ଚାଲିପାରେ। ତେଣୁ ଏହି ସବୁ ପ୍ରୋବଲେମକୁ ସମାଧାନ କରେ ଇନଭର୍ଟର। ଇନଭର୍ଟର ପାଇଁ ସବୁଠାରୁ ଜରୁରୀ ହୋଇଥାଏ ତାର ବ୍ୟାଟେରୀ। ବ୍ୟାଟେରୀ, ଇନଭର୍ଟରର ସେହି ଅଂଶ ହୋଇଥାଏ ଯାହା ବିନା ଇନଭର୍ଟର ଅନ୍‌ ହେବା ଅସମ୍ଭବ। ଆପଣ ୟାକୁ କହିପାରିବେ ଯେମିତି ମଣିଷ ପାଇଁ ହାର୍ଟ ଗୁରୁତ୍ୱ ହୋଇଥାଏ ସେମିତି ହିଁ ଇନଭର୍ଟର ପାଇଁ ବ୍ୟାଟେରୀ ବହୁତ ଜରୁରୀ ହୋଇଥାଏ। ଏଥିପାଇଁ ବ୍ୟାଟେରୀର ନିୟମିତ ସଫାସୁତୁରା ଏବଂ ଯତ୍ନ ନେବା ବେଶ୍‌ ଜରୁରୀ ହୋଇଥାଏ।

କୌଣସି ବି ଘରୋଇ ଡିଭାଇସ ଭଳି ଆପଣଙ୍କ ଇନଭର୍ଟରର ବ୍ୟାଟେରୀକୁ ବହୁତ ଭଲ ତରିକାରେ ଚଲାଇବା ପାଇଁ ହେଲେ ଏହାକୁ ଖାସ୍‌ ଯତ୍ନ ନେବା ବେଶ୍‌ ଜରୁରୀ। ଇନଭର୍ଟର ରଖିବା ପାଇଁ ସବୁବେଳେ ବାୟୁ ଚଳାଚଳ ହେଉଥିବା ସ୍ଥାନକୁ ବାଛନ୍ତୁ। କାହିଁକିନା ଚାର୍ଜିଙ୍ଗ ଏବଂ ଲଗାତର କରେଣ୍ଟ ଅପ ଡାଉନ ହେଉଥିବା କାରଣରୁ ଇନଭର୍ଟରର ବ୍ୟାଟେରୀ ଗରମ ହୋଇଯାଏ। ଏହି କାରଣରୁ ପବନ ବା ବାୟୁ ଚଳାଚଳ ସ୍ଥାନକୁ ବାଛନ୍ତୁ ଯେପରି କମ୍‌ ଗରମ ହେବାର ସମ୍ଭାବନା ରହିବ। କେବଳ ଏତିକି ନୁହେଁ ଏହି ସ୍ଥାନ ବାରମ୍ବାର ପାଣି ଭରିବାର ଆବଶ୍ୟକତାକୁ ମଧ୍ୟ କମ୍‌ କରିଥାଏ।

inverterଏହା ଉପରେ ଧ୍ୟାନ ରଖନ୍ତୁ

ପ୍ରତି ଦୁଇ ମାସରେ ବ୍ୟାଟେରୀର ଓ୍ଵାଟର ଲେବଲକୁ ମାପିବା ଉଚିତ। ସବୁୁବେଳେ ଧ୍ୟାନରେ ରଖନ୍ତୁ ଯେ ଓ୍ଵାଟର ଲେବଲ ମ୍ୟାକ୍ସିମମ୍‌ ଏବଂ ମିନିମମ୍‌ ଓ୍ଵାଟର ଲେବଲର ମଝାମଝିରେ ରହିବା ଆବଶ୍ୟକ। ବ୍ୟାଟେରୀକୁ ସବୁବେଳେ ଡିଷ୍ଟିଲଡ୍‌ ଓ୍ଵାଟରରେ ଟପ୍‌ ଅପ୍‌ କରିବା ଉଚିତ। ନଳର ପାଣି କିମ୍ବା ବର୍ଷା ପାଣିର ବ୍ୟବହାର କରନ୍ତୁନାହିଁ। କାହିଁକିନା ଏହା ବହୁତ ସାରା ମିନେରାଲ ଏବଂ ଅଶୁଦ୍ଧ ପାଣି ହୋଇଥାଏ। ଯାହା ବ୍ୟାଟେରୀକୁ ଖରାପ କରିପାରେ। ବ୍ୟାଟେରୀକୁ ସବୁବେଳେ ପରିସ୍କାର ପରିଚ୍ଛନ କରି ରଖନ୍ତୁ। ସମୟ ସମୟରେ କପଡାରେ ପୋଛାପୋଛି କରନ୍ତୁ, ଯେପରି ଏଥିରେ ଧୂଳି ଜମା ହୋଇ ରହିବନାହିଁ।

ଇନଷ୍ଟଲେସନ୍‌ ପରେ ନିିୟମିତ ରୂପରେ ବ୍ୟାଟେରୀର ବ୍ୟବହାର କରୁନାହାଁନ୍ତି ଏବଂ ଯଦି ଆପଣଙ୍କ ଅଞ୍ଚଳରେ ବିଜୁଳି କମ୍‌ ଯାଉଥାଏ କିମ୍ବା ଜମା ଯାଉନାହିଁ ତାହେଲେ ମଧ୍ୟ ମାସକୁ ଅତିକମରେ ଥରେ ଲେଖାଏଁ ଇନଭର୍ଟରର ବ୍ୟାଟେରୀକୁ ସମ୍ପୂର୍ଣ୍ଣ ଭାବେ ଡିସଚାର୍ଜ କରନ୍ତୁ ଏବଂ ଏହାପରେ ପୂନର୍ବାର ଚାର୍ଜ କରନ୍ତୁ।

କଳଙ୍କି ଲାଗିବା ଠାରୁ ଦୂରେଇ ରୁହନ୍ତୁ

ବ୍ୟାଟେରୀ ଟର୍ମିନାଲକୁ କଳଙ୍କି ଠାରୁ ଯଧା ସମ୍ଭବ ସୁରକ୍ଷିତ ରଖନ୍ତୁ। ଆଉ ଯଦି ଟର୍ମିନାଲ ଖରାପ ହୋଇଯାଏ ତାହେଲେ କରୋସିଭ ଏରିୟାରେ ଗରମ ପାଣି ନେଇ ସେଥିରେ ଅଳ୍ପ ବେକିଙ୍ଗ ସୋଡା ମିଶାଇ ତାକୁ କୌଣସି ଏକ ପୁରୁଣା ଟୁଥ ବ୍ରସ ସାହାଯ୍ୟରେ ଜୋର ଜୋରରେ ରଗଡନ୍ତୁ। ସେଥିରେ କଳଙ୍କି ହଟିଗଲେ ଟର୍ମିନାଲ, ନଟ୍‌ ଏବଂ ବୋଲ୍ଟରେ ପେଟ୍ରୋଲିୟମ ଜେଲି କିମ୍ବା ଭେସଲିନ୍‌ ଲଗାନ୍ତୁ। କଳଙ୍କି ଲାଗିବା ଦ୍ୱାରା ବ୍ୟାଟେରୀ ଚାର୍ଜିଙ୍ଗ ବି ଧୀମା ହୋଇଯାଏ। ତେଣୁ ସାବଧାନ ରହି ବ୍ୟାଟେରୀ ଚାରିପାଖରେ ଯେମିତି ଭେଣ୍ଟ ବ୍ଲକ ହୋଇନଥିବ ଏବଂ ଖୋଲା ରହିଥାଏ। କାହିଁକିନା ଭେଣ୍ଟ ବ୍ଲକ ହେଲେ ସେଥିରେ ହାଇଡ୍ରୋଜେନ ଗ୍ୟାସ୍‌ ଜମା ହୋଇଯାଏ। ଯେଉଁ କାରଣରୁ ବ୍ୟାଟେରୀ ଫାଟିବାର ସମ୍ଭାବନା ବଢ଼ିଯାଏ। ଏହି ଛୋଟ ଛୋଟ କଥାକୁ ଧ୍ୟାନରେ ରଖିବା ଦ୍ୱାରା ଆପଣଙ୍କ ବ୍ୟାଟେରୀ ଆପଣଙ୍କୁ କେବେବି ହଇରାଣ କରିବନି ଏବଂ ଫୁଲିବନି କି ଖରାପ ହେବନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.