ମୟୂରଭଞ୍ଜ: କରଞ୍ଜିଆ ବନଖଣ୍ଡ ସରାସପୋଷି ଗାଁରୁ ୨ଫୁଟ ଉଚ୍ଚର ଝିଙ୍କ ଉଦ୍ଧାର

ମୟୂରଭଞ୍ଜ: ଗାଁ ମଧ୍ୟରୁ ଉଦ୍ଧାର ହେଲା ଝିଙ୍କ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧୀନ ସରାସପୋଷି ଗାଁରୁ ୨ଫୁଟ ଉଚ୍ଚର ଏକ ଝିଙ୍କ ଉଦ୍ଧାର କରିଛି ବନ ବିଭାଗ । ଗାଁର ଅରୁଣ ମହାନ୍ତିଙ୍କ ବାଡିରେ ଝିଙ୍କଟି ବୁଲୁଥିବା ଦେଖିବାକୁ ଦେଖିବାକୁ ମିଳିଥିଲା । ପରେ ଏନେଇ କରଞ୍ଜିଆ ବନଖଣ୍ଡ ଅଧିକାରୀଙ୍କୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ କାଦଡିହା ଫରେଷ୍ଟର ଓ ଟିମ ପହଞ୍ଚି ଝିଙ୍କଟିକୁ ଉଦ୍ଧାର କରିବା ସହ ପାଉଦିଆ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.