Below header

ସାମ୍ଭାବ୍ୟ ବାତ୍ୟା ଆସାନି ପାଇଁ ସଜବାଜ: କଟକ ବିଜୁ ଭବନରେ ଆୟୋଜିତ ହେଲା ପ୍ରସ୍ତୁତି ବୈଠକ

କଟକ(କେନ୍ୟୁଜ୍) ସାମ୍ଭାବ୍ୟ ବାତ୍ୟା ଆସାନି ପାଇଁ କଟକ ମହାନଗର ନିଗମର ବିଜୁ ଭବନରେ ଆୟୋଜିତ ହୋଇ ଯାଇଛି ପ୍ରସ୍ତୁତି ବୈଠକ। ବାତ୍ୟା ଜନିତ ବର୍ଷା ଯୋଗୁଁ ସହରରୁ ତ୍ୱରିତ ବର୍ଷା ଜଳ ନିଷ୍କାସନ ପାଇଁ ବୈଠକରେ ଆଲୋଚନା କରାଯାଇଛି। ତଳିଆ ଅଞ୍ଚଳରେ ହାଇ ପାୱାର ପମ୍ପ ଲଗାଇବାକୁ ଯୋଜନା କରିଛି ସିଏମସି। କଟକ ମହାନଗର ନିଗମରେ ୨୪୪ ଟି ପମ୍ପସେଟ ରହିଛି। ସେଥିମଧ୍ୟରୁ ସାମ୍ଭାବ୍ୟ ବାତ୍ୟା ପାଇଁ ୧୫୦ ଟି ପମ୍ପସେଟ ପ୍ରସ୍ତୁତ ରହିଛି।

ଅଗ୍ନିଶମ ବିଭାଗରୁ ୨୦ ଟି ପମ୍ପସେଟ ଆଣି ଏହାର ମୁକାବିଲାରେ ନିୟୋଜିତ କରାଯିବ। ଏହା ବ୍ୟତୀତ ଯାଇକାର ପମ୍ପସେଟ ଗୁଡିକୁ ବର୍ଷାଜଳ ନିଷ୍କାସନରେ ବ୍ୟବହୃତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ସିଏମସି ମେୟର କମିଶନରଙ୍କ ସମେତ ବିଭିନ୍ନ କମିଟି ଅଧ୍ୟକ୍ଷଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହାବ୍ୟତୀତ ଆବଶ୍ୟକ ସ୍ଥଳେ ବସ୍ତି ଓ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତରିତ କରି ବିଭିନ୍ନ ସ୍କୁଲରେ ରଖିବାକୁ ଯୋଜନା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.