Below header

ଧୋନୀଙ୍କ ହାତକୁ ଚେନ୍ନାଇ ସୁପରକିଙ୍ଗ ନେତୃତ୍ୱ ଆସିବା ପରେ ଫର୍ମକୁ ଫେରିଛି ଦଳ, କରିବାକୁ ପଡିବ କଡ଼ା ସଂଘର୍ଷ

କେନ୍ୟୁଜ୍(ବ୍ୟୁରୋ): ଧୋନୀ ହେବେ କି ସଙ୍କଟ ମୋଚନ। ରବିବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲାକୁ ୧୩ ରନରେ ଜିତିବା ପରେ ବଢିଛି ଚେନ୍ନାଇ ସୁପରକିଙ୍ଗସର ପ୍ଲେ ଅଫ ଆଶା । ଧୋନୀଙ୍କ ହାତକୁ ଦଳର ନେତୃତ୍ୱ ଆସିବା ପରେ ଫର୍ମକୁ ଫେରିଛି ଦଳ । ହେଲେ ସହଜ ହେବନି ଚେନ୍ନାଇର ପ୍ଲେ ଅଫ ସ୍ୱପ୍ନ । କାରଣ ପ୍ଲେ ଅଫକୁ ଯିବାକୁ ହେଲେ ଦଳକୁ କରିବାକୁ ପଡିବ କଡ଼ା ସଂଘର୍ଷ । ବାକି ୫ଟି ମୁକାବିଲା ଜିତିବାକୁ ପଡିବ । ଯାହା ପରେ ଦଳକୁ ମିଳିବ ୧୬ ଅଙ୍କ ।

କେବଳ ସେତିକି ନୁହେଁ ଦଳକୁ ରନରେଟ୍‌ ମଧ୍ୟ ଉତ୍କୃଷ୍ଟ ରଖିବାକୁ ପଡିବ । ତା ପରେ ଯାଇ ସଫା ହେବ ପ୍ଲେ ଅଫ ରାସ୍ତା । ହ୍ରାଇଦ୍ରାବାଦ ବିପକ୍ଷ ମୁକାବିଲା ଜିତିବା ପରେ ଏବେ ବଢିଛି ଚେନ୍ନାଇ ସୁପରକିଙ୍ଗ୍ସର ପ୍ଲେ ଅଫ ଆଶା । ଚଳିତ ସଂସ୍କରଣରେ ଚେନ୍ନାଇର ଏହା ତୃତୀୟ ବିଜୟ । ପଏଣ୍ଟ ଟେବୁଲରେ ଏବେ ବି ଦଳ ଖୁବ ତଳେ । ଏଭଳି ସ୍ଥିତିରେ କୌଣସି ଚମତ୍କାର ହିଁ ଦଳକୁ ପ୍ଲେ ଅଫକୁ ନେଇ ପାରିବ ବୋଲି ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.