ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ମାମଲା: ଡିଜିପିଙ୍କୁ ଭେଟିଲା ଭାଜପା ବିଧାୟକ ଦଳ

କଟକ(କେନ୍ୟୁଜ୍):  ଦେବଗଡ଼ ଭାଜପା ବିଧାୟକ ଶ୍ରୀ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀ ବିଷୟ ନେଇ ଆଜି ଅପରାହ୍ନ ୬.୩୦ ସମୟରେ ଡିଜି ମହୋଦୟଙ୍କୁ ଭେଟିବାକୁ ବିଧାନସଭା ବିରୋଧୀଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ବିଧାୟକ ଟିମ ଭେଟିଥିଲେ।ଏହି ଦଳରେ ଉଦଳା ବିଧାୟକ ଶ୍ରୀ ଭାସ୍କର ମଢେଇ,ନୀଳଗିରି ବିଧାୟକ ସୁକାନ୍ତ ନାଏକ,ରାଇରଙ୍ଗପୁର ବିଧାୟକନବଚରଣ ମାଝୀ,ସାରସକଣା ବିଧାୟକ ଡକ୍ଟର ବୁଢ଼ାନ ମୁର୍ମୁ,ବାରିପଦା ବିଧାୟକ ପ୍ରକାଶ ସୋରେନ,ଜଶୀପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ,ବଡ଼ସାହି ବିଧାୟକ ସନାତନ ବିଜୁଳୀ,ଲୁଇସିଙ୍ଗା ବିଧାୟକ ମୁକେଶ ମହାଲିଙ୍ଗ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର,ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ,କଟକନଗର ସଭାପତି ଲଲାଟେନ୍ଦୁ ବଡୁ,ବରିଷ୍ଠ ନେତା ବିନୋଦ ଦାଶ,ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ମଲ୍ଲିକ ଓ ମିଡ଼ିଆ ସେଲ ରାଜ୍ୟ ସଂଯୋଜକ ସୁଜିତ ଦାସ ପ୍ରଭୃତି ଉପସ୍ଥିତ ଥିଲେ।

ଦେବଗଡ଼ ବିଧାୟକ ଜଣେ ଶୃଙ୍ଖଳିତ ବିଧାନସଭା ସଦସ୍ୟ ଏବଂ ତାଙ୍କୁ ସ୍ଥାନୀୟ ବିଡ଼ିଓ ଅପମାନିତ କଲାଭଳି ବ୍ୟବହାର ନିରନ୍ତର କରିବାରୁ,ଦେବଗଡ଼ ବିଧାୟକ ସୁବାସ ବାବୁ ପ୍ରଥମେ ଏଫ ଆଇ ଆର ଦେଲେ।ଏହାର ଅଢେଇ ଘଣ୍ଟା ପରେ ଚାପରେ ପଡି ଏଫ ଆଇ ଆର ଦେଇଥିବା ବିଡ଼ିଓଙ୍କ କୌଣସି ଭିଡିଓ କିମ୍ବା ଫୋଟୋ ପ୍ରମାଣ ନଥାଇ କାହିଁକି ମାନ୍ୟବର ବିଧାୟକ ଙ୍କୁ ଗିରଫ କରାଗଲା ବୋଲି ପ୍ରଶ୍ନ ପଚାରିଥିଲେ ବିଧାୟକ ଟିମ।

ରାଜ୍ୟରେ ବିରୋଧୀ ମାନଙ୍କ ପ୍ରତି ଏହିଭଳି ବାରମ୍ବାର ହେଉଥିବା ଘଟଣାକୁ ରାଜ୍ୟ ସରକାର ପୋଲିସ କାନ୍ଧରେ ବନ୍ଧୁକ ଥୋଇ ନିଜର କୁଶ୍ଚିତ ରାଜନୈତିକ କାମନାକୁ ଚରିତାର୍ଥ କରୁଛି ବୋଲି ସଦସ୍ୟମାନେ କହିଥିଲେ। ଜଣେ ନିର୍ବାଚିତ ପ୍ରତିନିଧିଙ୍କ କଥା ନଶୁଣି ଘଟଣାକୁ ପୋଲିସ ଏକପାଖିଆ ହେବାନେଇ ପ୍ରତିବାଦ ଜଣାଇ,ଏହି ଘଟଣାକୁ ଗୁରୁତ୍ବର ସହ ନେଇ ବିଡ଼ିଓଙ୍କୁ ତୁରନ୍ତ ଗିରଫ କରିବାକୁ ବିଧାୟକ ଦଳ ଦାବୀ ଜଣାଇଥିଲେ ନଚେତ ଦଳ ପରବର୍ତ୍ତୀ ପଦକ୍ଷେପ ନେବାକୁ କୁଣ୍ଠାବୋଧ କରିବ ନାହିଁ ବୋଲି ଡିଜିପି ମହୋଦୟ ଙ୍କୁ ଟିମ ସଦସ୍ୟମାନେ ଜଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.