ବେଷ୍ଟ ପ୍ଲାନ୍ ଲଞ୍ଚ କଲା VI, ପାଇବେ ୩୧ ଦିନ ପର୍ଯ୍ୟନ୍ତ ଭାଲିଡିଟି

ଆଜିର ଇଣ୍ଟରନେଟ ଯୁଗରେ ସମସ୍ତେ ଚାହାଁନ୍ତି ନନ୍ ଷ୍ଟପ୍ ଇଣ୍ଟରନେଟ୍। ଏମିତି ଭାଲିଡିଟି ଯାହା ଶସ୍ତା ସୁନ୍ଦର ମଜବୁତ୍। ଫାଇଦା କଥା କହିବାକୁ ଗଲେ ନେଟୱାର୍କରେ ଅସୀମିତ କଲିଂ ସହିତ ୯୮ ଟଙ୍କା ଯୋଜନାରେ 200 MB ଡାଟା ଉପଲବ୍ଧ, ଯଦିଓ ଏହି ଯୋଜନାରେ ମେସେଜିଂ ସୁବିଧା ଉପଲବ୍ଧ ହେବ ନାହିଁ।

ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ର ନିର୍ଦ୍ଦେଶ ପରେ ଟେଲିକମ୍ କମ୍ପାନୀଗୁଡିକ ୩୦ ଦିନ ଏବଂ ୩୧ ଦିନ ପାଇଁ ପ୍ରି-ପେଡ୍ ଯୋଜନା ଆରମ୍ଭ କରିଛନ୍ତି। ଏହି ପର୍ଯ୍ୟାୟରେ, ବର୍ତ୍ତମାନ ଭୋଡାଫୋନ୍ ଆଇଡିଆ (ଭିଆଇ) ତିନୋଟି ନୂଆ ଯୋଜନା ଆରମ୍ଭ କରିଛି ଯେଉଁଥିରେ ଭାଲିଡିଟି ପ୍ରାୟ ୩୧ ଦିନ ପର୍ଯ୍ୟନ୍ତ ଅଛି।

VI ୯୮, ୧୯୫ ଏବଂ ୩୧୯ ଟଙ୍କା ମୂଲ୍ୟର ତିନୋଟି ଯୋଜନା ଆରମ୍ଭ କରିଛି । ସମସ୍ତ ଯୋଜନା ସହିତ ବିଭିନ୍ନ ବୈଧତା ଉପଲବ୍ଧ । ତେବେ ଆସନ୍ତୁ ଜାଣିବା ଏହି ବେଷ୍ଟ ପ୍ଲାନ୍ ବିଷୟରେ। Vi ର ୩୨ ଦିନିଆ ଯୋଜନା ବିଷୟରେ କହିବାକୁ ଗଲେ, ଏଥିମଧ୍ୟରୁ ୯୮ ଦିନର ଯୋଜନା ସହିତ ୧୫ ଦିନର ବୈଧତା ଉପଲବ୍ଧ ଥିବାବେଳେ ୩୧ ଦିନର ବୈଧତା ୧୯୫ ଟଙ୍କା ଏବଂ ୩୧୯ ଦିନର ଯୋଜନା ସହିତ ୩୧ ଦିନର ଭାଲିଡିଟି ଉପଲବ୍ଧ।

Vi ର ୧୯୫ ଟଙ୍କା ଯୋଜନାରରେ ଅନେକ ଲାଭ ରହିଛି। ଏହି ଯୋଜନାରେ ସମୁଦାୟ ୩୦୦ SMS ଉପଲବ୍ଧ ହେବ ଏବଂ ପ୍ରତିଦିନ 2 GB ଡାଟା ଉପଲବ୍ଧ ହେବ । ଏହି ଯୋଜନାରେ, ସମସ୍ତ ନେଟୱାର୍କରେ ଅସୀମିତ କଲିଂ ଉପଲବ୍ଧ ହେବ। ଏହି ଯୋଜନା ସହିତ ୩୧ ଦିନର ଭାଲିଡିଟି ଉପଲବ୍ଧ ହେବ। 319 ଟଙ୍କା ଯୋଜନାରେ, ପ୍ରତିଦିନ 100 ଏସଏମଏସ ସହିତ 2 ଜିବି ଡାଟା ମଧ୍ୟ ଆପଣ ପାଇବେ । ଏହି ଯୋଜନା ସହିତ, ଆପଣ ଭୋଡାଫୋନ୍ ଆଇଡିଆର ସମସ୍ତ ଆକ୍ସେସ ପାଇବେ। ସବୁଠୁ ବଡ଼ କଥା ହେଉଛି ଏହି ଯୋଜନା ସହିତ 2 GB ପର୍ଯ୍ୟନ୍ତ ଡାଟା ବ୍ୟାକଅପ୍ ର ଏକ ସୁବିଧା ମଧ୍ୟ ଆପଣ ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.