Below header

ଜମାକାରୀଙ୍କ ଟଙ୍କାରେ କରୁଥିଲେ କ୍ରିକେଟ ବେଟିଂ : ଏବେ ଧରାପଡ଼ିଲେ ପୋଷ୍ଟମାଷ୍ଟର

ଗଜପତି (କେନ୍ୟୁଜ୍) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡ଼ ସଫଳତା। ଗତ ୧୨ ତାରିଖରେ ଡ଼ାକ ବିଭାଗର ପୂର୍ବାଞ୍ଚଳ ଉପଖଣ୍ଡୀୟ ଡ଼ାକ ନିରିକ୍ଷକ ବିଜୟ କୁମାର ନାୟକ ପାରଳାଖେମୁଣ୍ଡି ସ୍ଥିତ ମେଡ଼ିକାଲ ରୋଡ଼ରେ ଥିବା ଡ଼ାକଘର ପୋଷ୍ଟମାଷ୍ଟର ଏମ.ରାଜକୁମାର ରାଓଙ୍କ ବିରୁଦ୍ଧରେ ୬୫ଜଣ ଜମାକାରୀଙ୍କ ଠାରୁ ୪୯ଲକ୍ଷ ୧ହଜାର ଟଙ୍କା ଆଦାୟ କରିଥିବା ଅର୍ଥକୁ ହଡ଼ପ କରିଥିବା ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗକୁ ଭିତ୍ତିକରି ଆଜି ପାରଳାଖେମୁଣ୍ଡି ପୋଲିସ ଅଭିଯୁକ୍ତଙ୍କୁ କାଶୀନଗର ବ୍ଳକ ଖାଣ୍ଡବା ଗ୍ରାମରୁ ଗିରଫ କରି କୋଟଚାଳନା କରିଛି। ତେବେ ଗତ କିଛି ମାସ ପୂର୍ବେ ଜମାକରୀ ମାନେ ସେମାନଙ୍କର ଜମାଟଙ୍କା ହଡ଼ପ ହୋଇଥିବା ଗଜପତି ଜିଲ୍ଲା ମୁଖ୍ୟ ଡ଼ାକ କାର‌୍ୟ୍ୟଳୟରେ ଅଭିଯୋଗ କରିଥିଲେ। ସେବେଠାରୁ ଅଭିଯୁକ୍ତ ଏମ.ରାଜକୁମାର ଫେରାର ରହିଥିଲେ। ପୋଲିସର ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ଅଭିଯୁକ୍ତ ପୋଷ୍ଟମାଷ୍ଟର ଏ.ରାଜକୁମାର ଜମାକରୀଙ୍କ ଟଙ୍କାରେ ଆଇପିଏଲ କ୍ରିକେଟ ବେଟିଂ କରିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.