Below header

କ୍ଷମତା ପରିବର୍ତ୍ତନ ହୋଇନାହିଁ, କେବଳ କାମ କରିବାକୁ ପାଣ୍ଡିଆନଙ୍କୁ ଦାୟିତ୍ୱ ଦିଆଯାଇଛି: ପ୍ରସନ୍ନ ଆଚାର୍ଯ୍ୟ

କେନ୍ଦ୍ରରୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି ଲେଖାଯିବା ପ୍ରସଙ୍ଗରେ ଜବାବ ରଖିଲେ ପ୍ରସନ୍ନ ଆଚାର୍ଯ୍ୟ । କହିଛନ୍ତି ଏହା ଏକ ସ୍ୱାଭାବିକ ପ୍ରକ୍ରିୟା । ଏଥିରେ ନୂଆ କଥା କିଛିନାହିଁ । ଆଗରୁ ମଧ୍ୟ ଏକାଧିକ ଥର ଏଭଳି ଘଟଣା ଘଟିଛି ।

କେନ୍ୟୁଜ୍(ବ୍ୟୁରୋ):   ଫାଇଭ ଟି ସଚିବ ଭି. କେ ପାଣ୍ଡିଆନଙ୍କ ପ୍ରସଙ୍ଗରେ ବିରୋଧୀଙ୍କୁ ବିଜେଡିର ଜବାବ । କେନ୍ଦ୍ରରୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି ଲେଖାଯିବା ପ୍ରସଙ୍ଗରେ ଜବାବ ରଖିଲେ ପ୍ରସନ୍ନ ଆଚାର୍ଯ୍ୟ । କହିଛନ୍ତି ଏହା ଏକ ସ୍ୱାଭାବିକ ପ୍ରକ୍ରିୟା । ଏଥିରେ ନୂଆ କଥା କିଛିନାହିଁ । ଆଗରୁ ମଧ୍ୟ ଏକାଧିକ ଥର ଏଭଳି ଘଟଣା ଘଟିଛି । କୋଡ଼ ଅଫ କଣ୍ଡକ୍ଟ ଉଲ୍ଲଂଘନ କରାଯିବା କଥା କହୁଛନ୍ତି ବିରୋଧୀ । ହେଲେ କେଉଁଠି ଉଲଘଂନ ହୋଇଛି ବୁଝିପାରୁନି । ମୁଖ୍ୟମନ୍ତ୍ରୀ ଦଳର ମୁଖ୍ୟ ସହ ସରକାରରେ ମଧ୍ୟ ମୁଖ୍ୟ । ସେ ସମସ୍ତଙ୍କୁ ଦାୟିତ୍ୱ ଦେଇପାରିବେ ।

କ୍ଷମତା ପରିବର୍ତ୍ତନ ହୋଇନାହିଁ, କେବଳ କାମ କରିବାକୁ ଦାୟିତ୍ୱ ଦିଆଯାଇଛି । ଲୋକଙ୍କ ପାଖରେ ମୁଖମନ୍ତ୍ରୀଙ୍କ କାର୍ଯ୍ୟାଳୟ ପହଁଚୁଛି । ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନଥିବାରୁ ଏହାକୁ ପ୍ରସଙ୍ଗ କରୁଛନ୍ତି । ବିକାଶ ପ୍ରକ୍ରିୟାରେ କେହି ବାଧା ସୃଷ୍ଟି ନ କରନ୍ତୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.