୧୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଜମା କଲେ ଗୁଜୁରାଟର ଏହି ଦୁଇ ମନ୍ଦିର

କେନ୍ଦ୍ର ସରକାରଙ୍କ ସ୍ୱର୍ଣ୍ଣ ମୁଦ୍ରାକରଣ ଯୋଜନାରେ ଗୁଜୁରାଟର ମନ୍ଦିର ଗୁଡ଼ିକ ସୁନା ଜମା କରିବାକୁ ଆଗ୍ରହ ଦେଖାଇଛନ୍ତି । ରାଜ୍ୟର ପ୍ରମୁଖ ମନ୍ଦିର ଦ୍ୱାରା ପାଖାପାଖି ୨୦୦ କିଲୋଗ୍ରାମ ସୁନା ବ୍ୟାଙ୍କରେ ଜମା କରାଯାଇଛି । ଉଭୟ ମନ୍ଦିର କେନ୍ଦ୍ର ସରକାରଙ୍କ ଗୋଲ୍ଡ ମନିଟାଇଜ ସ୍କିମ ଅଧିନରେ ସୁନାକୁ ମନିଟାଇଜ କରିଛନ୍ତି ।

ଭାରତ, ଦୁନିଆର ଦ୍ୱିତୀୟ ବୃହତ୍ତମ ସୁନା ଉପଭୋକ୍ତା ଦେଶ ଭାବେ ଜଣା । ଏଠାକାର ଲୋକମାନେ ସୁନା କିଣିବାକୁ ଅଧିକ ଆଗ୍ରହ ଦେଖାଇଥାନ୍ତି । ସେହିପରି ଭାରତରେ ଅନେକ ମନ୍ଦିର ଏପରି ଅଛି, ଯେଉଁଠାରେ ବହୁତ ସୁନା ରହିଛି । ପୂର୍ବ ସମୟରେ ଭାରତର ମନ୍ଦିରରେ ସୁନା ଥିବାରୁ ଏହା ଲୁଟର ଶିକାର ହେଉଥିଲା । ତେବେ ବର୍ତ୍ତମାନ ଅଳ୍ପ କିଛି ମନ୍ଦିର ରହିଛି ଯେଉଁଠାରେ ସୁନା ରହିଛି । ଏହି ମନ୍ଦିର ମାନଙ୍କ ମଧ୍ୟରୁ ଗୁଜୁରାଟର ମନ୍ଦିର ଭିନ୍ନ । କେନ୍ଦ୍ର ସରକାରଙ୍କ ସ୍ୱର୍ଣ୍ଣ ମୁଦ୍ରାକରଣ ଯୋଜନାରେ ଗୁଜୁରାଟର ମନ୍ଦିର ଗୁଡ଼ିକ ସୁନା ଜମା କରିବାକୁ ଆଗ୍ରହ ଦେଖାଇଛନ୍ତି । ରାଜ୍ୟର ପ୍ରମୁଖ ମନ୍ଦିର ଦ୍ୱାରା ପାଖାପାଖି ୨୦୦ କିଲୋଗ୍ରାମ ସୁନା ବ୍ୟାଙ୍କରେ ଜମା କରାଯାଇଛି । ଉଭୟ ମନ୍ଦିର କେନ୍ଦ୍ର ସରକାରଙ୍କ ଗୋଲ୍ଡ ମନିଟାଇଜ ସ୍କିମ ଅଧିନରେ ସୁନାକୁ ମନିଟାଇଜ କରିଛନ୍ତି । ଗୁଜୁରାଟର ମନ୍ଦିର ଦ୍ୱାରା ଜମା ହୋଇଥିବା ସୁନାର ମୂଲ୍ୟ ୧୨୦ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି ।

ଅହମଦାବାଦର ଇଣ୍ଡିଆନ ମ୍ୟାନେଜମେଣ୍ଟ ଇନ୍‌ଷ୍ଟିଚ୍ୟୁଟ ରେ ଭାରତୀୟ ଗୋଳ୍ଡ ସେଣ୍ଟର ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଭାରତୀୟ ପରିବାରମାନେ ସେମାନଙ୍କ ସୁନାର ମାତ୍ର ୦.୨୨ ପ୍ରତିଶତ ଜମା କରିଛନ୍ତି । ଅନ୍ୟପଟେ ଅମ୍ବାଜୀ ମନ୍ଦିର ଏବଂ ସୋମନାଥ ମନ୍ଦିର ଏହି ଯୋଜନାରେ ବ୍ୟାଙ୍କରେ ୨୦୦ କିଲୋଗ୍ରାମର ସୁନା ଜମା କରିଛନ୍ତି ।

୧୨୦.୬ କୋଟି ଟଙ୍କା ମୂଲ୍ୟର ଏହି ସୁନା ଜମା କରାଯାଇଛି । ଏହି ସୁନା ଜମା କରିବା ପରେ ମିଳିଥିବା ଟଙ୍କାକୁ ଚ୍ୟାରିଟି କାମରେ ଖର୍ଚ୍ଚ କରାଯିବ । ଏହି ଟଙ୍କା ମନ୍ଦିର ମରାମତି କାର୍ଯ୍ୟ ଏବଂ ଏହାର ପରିଚାଳନା କାର୍ଯ୍ୟରେ ଖର୍ଚ୍ଚ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.