‘ପୋଲିସ ଅଙ୍କଲ୍‌ ମୋ ମା’କୁ ବଞ୍ଚେଇ ଦିଅ, ବାପା ପଟୁଛନ୍ତି…’ ଖାଲି ପାଦରେ ୩ କିମି ଚାଲି ଥାନାରେ ପହଞ୍ଚିଲା ୧୨ ବର୍ଷର ବାଳକ

ୟୁପିର ଆଗ୍ରା ଦେହାତ ଅଞ୍ଚଳରେ ଜଣେ ୧୨ ବର୍ଷର ବାଳକ ୩ କିମି ଖାଲି ପାଦରେ ଚାଲି ଥାନାରେ ପହଞ୍ଚିଛି। ବାପାଙ୍କଠାରୁ ନିଜ ମା’ଙ୍କୁ ବଞ୍ଚାଇବା ପାଇଁ ବାଳକ ନିଜେ ଚାଲି ଚାଲି ପୋଲିସ ନିକଟରେ ପହଞ୍ଚିଥିଲା।

ୟୁପିର ଆଗ୍ରା ଦେହାତ ଅଞ୍ଚଳରେ ଜଣେ ୧୨ ବର୍ଷର ବାଳକ ୩ କିମି ଖାଲି ପାଦରେ ଚାଲି ଥାନାରେ ପହଞ୍ଚିଛି। ବାପାଙ୍କଠାରୁ ନିଜ ମା’ଙ୍କୁ ବଞ୍ଚାଇବା ପାଇଁ ବାଳକ ନିଜେ ଚାଲି ଚାଲି ପୋଲିସ ନିକଟରେ ପହଞ୍ଚିଥିଲା। ପୋଲିସ ସୂଚନା ଅନୁସାରେ, ବାପା ହରିଓମ୍‌ (୪୦) ମା’କୁ ଲୁହା ପାଇପ୍‌ ଓ ବେଲ୍ଟରେ ପିଟୁଥିବାର ବାଳକ ଜଣକ ଦେଖିଥିଲା, ଯାହା ପରେ ସେ ସଙ୍ଗେ ସଙ୍ଗେ ଥାନାକୁ ଆସିଥିଲା।

କାନ୍ଦି କାନ୍ଦି ସେ ଥାନା ଅଧିକାରୀଙ୍କୁ କହିଥିଲା ଯେ ‘ଅଙ୍କଲ୍‌ ମୋ ମା’କୁ ବଞ୍ଚେଇ ଦିଅ। ମୋ ବାପା ବେଲ୍ଟ ଓ ଲୁହା ପାଇପ୍‌ରେ ତାକୁ ମାରୁଛନ୍ତି’। କୁନି ପିଲାଟିର ଅଭିଯୋଗ ଶୁଣିବା ପରେ ପୋଲିସ ଆକ୍ସନ ମୁଡ୍‌କୁ ଆସିଥିଲା ଏବଂ ବାଳକର ଅଭିଯୁକ୍ତ ବାପାଙ୍କୁ ଧରି ଥାନାକୁ ଆଣିଥିଲା।

ପୋଲିସ କହିଛି, ମଙ୍ଗଳବାର ସକାଳେ ବାଳକଟି ଥାନାରେ ପହଞ୍ଚିଥିଲା। ଆମ ପାଖକୁ ଆସି ସେ ଅଭିଯୋଗ କରିଥିଲା କି, ବାପା ହରିଓମ୍‌ ମା’କୁ ବେଲ୍ଟ ଓ ଲୁହା ପାଇପ୍‌ରେ ପିଟୁଛନ୍ତି। ବାପା ସବୁବେଳେ ଏମିତି ମଦ୍ୟପାନ କରି ମା’କୁ ପିଟନ୍ତି।

ଅନ୍ୟପକ୍ଷରେ ପୋଲିସର କହିବା ହେଲା, ସେମାନେ ବାଳକର ଘରକୁ ଏକ ପୋଲିସ ଟିମ୍‌ ପଠାଇଥିଲେ। ଟିମ୍‌ ପ୍ରଥମେ ହରିଓମ୍‌ଙ୍କୁ ଗିରଫ କରିଥିଲା, କିନ୍ତୁ ପରେ ଛାଡ଼ି ଦେଇଥିଲା। କାରଣ, ତାଙ୍କ ସ୍ତ୍ରୀ ଅଭିଯୋଗ କରିବାକୁ ଚାହୁଁ ନ ଥିଲେ। ଏହା ସହିତ ହରିଓମ୍‌ କେବେ ବି ସ୍ତ୍ରୀ ଉପରେ ଆଉ ହାତ ନ ଉଠାଇବାକୁ ପ୍ରତିଜ୍ଞା କରିଥିଲେ।

ସେପଟେ ପୋଲିସ କହିଛି ଯେ ଆମେ ବାଳକର ସାହସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲୁ। ସେ ଏକୁଟିଆ ଆସି ପୂରା ଘଟଣା ବିଷୟରେ ବର୍ଣ୍ଣନା କରିଥିଲା। ଅଭିଯୁକ୍ତ ଆଗ୍ରା ଗ୍ରାମାଞ୍ଚଳ ବାହାରେ ଏକ ଘରୋଇ ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କାମ କରୁଥିବା ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.