ଆପଣଙ୍କ ଗାଡ଼ିରେ ଚାଲାଣ ଲିଷ୍ଟକୁ ଏପରି ଜାଣନ୍ତୁ

ଆପଣଙ୍କ ଗାଡ଼ିରେ କେତେ କଟିଛି ଚାଲାଣ? ଗୋଟିଏ ମିନିଟ ରେ ଜାଣିବା ପାଇଁ ଏହି ଷ୍ଟେପ କୁ ଫଲୋ କରନ୍ତୁ

ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଅନେକ ଟ୍ରାଫିକ ବ୍ୟବସ୍ଥା ଜାରି କରାଯାଇଛି । କିଛି ଜଣ ରୁଲ ଭାଙ୍ଗିବା ସତ୍ୱେ ସଂଗେ ସଂଗେ ଧରା ପଡନ୍ତି ନାହିଁ । ତେଣୁ କ୍ୟାମେରାରେ ସେମାନଙ୍କ ଗାଡି ଫଟୋ କୁ ନେଇ ସେମାନଙ୍କ ବିରୁଦ୍ଧରେ ଚାଲାଣ କଟାଯାଏ । ଆଉ ଏବେ ତ ଅନଲାଇନ ରେ ଏହି ଚାଲାଣ ସମ୍ପର୍କରେ ସବୁ ଅଭିଯୋଗ ଆପଣ ଘରେ ବସିଲେ ବି ପାଇଯିବେ । ତେବେ ଅନେକ ଥର ଏଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୁଏ ଯେଉଁଠି ଜଣେ ଭୁଲ କଲେ ମଧ୍ୟ ସଂଗେ ସଂଗେ ଚାଲାଣ ଅଭିଯୋଗ ଆସିନଥାଏ । ତେଣୁ ଆପଣ ଯଦି ନିଜ ଗାଡି ରେ ଏବେ ଯାଏ କେତେ ଚାଲାଣ କଟିଛି ତାହା ସମ୍ପର୍କ ରେ ଜାଣିବାକୁ ଚାହୁଁଛନ୍ତି ତେବେ ନିହାତି ଭାବେ ଆମର ଏହି ଭଡ଼ିଓ ଆପଣଙ୍କ କାମରେ ଆସିବ ।
ଆପଣଙ୍କ କାର, ବାଇକ୍ କିମ୍ବା ସ୍କୁଟରରେ କେତେ ଚାଲାଣ ଅଛି? ଏକ ମିନିଟରେ ଜାଣିବା ପାଇଁ ଏହି ଷ୍ଟେପ କୁ ଫଲୋ କରନ୍ତୁ :

ଚାଲାଣ କଟାଯାଇଛି କି ନାହିଁ କିପରି ଜାଣିବେ?
-ଏହା ଜାଣିବା ପାଇଁ ପ୍ରଥମେ echallan.parivahan.gov.in କୁ ଯାଆନ୍ତୁ । ଏଠାରେ “Get Challan Status” କୁ କ୍ଲିକ କରନ୍ତୁ।
– ଏଠାରେ ଆପଣ ଚାଲାଣ ଷ୍ଟାଟସ୍ ପାଇବା ପାଇଁ ଚାଲାଣ ନମ୍ବର, ଗାଡି ନମ୍ବର ଏବଂ ଡ୍ରାଇଭିଂ ଲାଇସେନ୍ସ ଦେଖିବାକୁ ତିନୋଟି ବିକଳ୍ପ ପାଇବେ ।
– “ଗାଡି ନମ୍ବର” ବିକଳ୍ପ ଚୟନ କରନ୍ତୁ ଏବଂ ତାପରେ ଗାଡି ନମ୍ବର ଏଣ୍ଟର କରନ୍ତୁ ।
– ଏହାପରେ ଇଞ୍ଜିନ ନମ୍ବରର ଶେଷ ପାଞ୍ଚ ଅଙ୍କ ଏଣ୍ଟର କରନ୍ତୁ, ଯାହାକୁ ଆପଣ ଆରସିରେ ପାଇବେ ।
– ବର୍ତ୍ତମାନ ସ୍କ୍ରିନରେ ଦିଆଯାଇଥିବା କ୍ୟାପଚା କୋଡ୍ ଏଣ୍ଟର କରନ୍ତୁ ଏବଂ ତାପରେ ”Get Details ” ଉପରେ କ୍ଲିକ୍ କରନ୍ତୁ ।
ଏହା ପରେ ଚାଲାଣ ଷ୍ଟାଟସ ଆପଣଙ୍କ ସ୍କ୍ରିନରେ ଦେଖାଯିବ ।

ଏପରି ଭରନ୍ତୁ ଚାଲାଣ :
ଯଦି ଆପଣଙ୍କର ଚାଲାଣ କଟିଛି ତେବେ ନିହାତି ଭାବେ ଆପଣ ତାହାକୁ ଭୁଗତାନ କରି ସେସବୁକୁ କ୍ଲୋଜ କରନ୍ତୁ । ଏଥିପାଇଁ ଯେଉଁଠାରେ ଚାଲାଣର ବିବରଣୀ ଦେଖାଯିବ, ଆପଣ ସେଠାରେ ଦେୟ ଦେବାର ବିକଳ୍ପ ମଧ୍ୟ ପାଇବେ । ଏଥିପାଇଁ Pay ଲେଖାହୋଇଥିବା ସ୍ଥାନରେ ଭୁଗତାନ କରନ୍ତୁ । ଦେୟ ପାଇଁ ଆବଶ୍ୟକ ବିବରଣୀ ପୁରଣ କରନ୍ତୁ ଏବଂ ଦେୟ ଦିଅନ୍ତୁ ।

ଚାଲାଣ କଟିବା ମୋଟର ଯାନ ପାଇଁ ଏକ ସାଧାରଣ କଥା ହୋଇଗଲାଣି। କାରଣ ଟ୍ରାଫିକ୍ ନିୟମ ଏତେ କଠୋର ଯେ ଅନେକ ଲୋକ କୌଣସି ସ୍ଥାନରେ ଥିଲେ ବି ଟିକେ ଭୁଲ ହେବ ମାତ୍ରେ ଦଣ୍ଡ ପାଇବା ନିଶ୍ଚିତ। ତଥାପି ଟ୍ରାଫିକ ନିୟମ ପାଳନ କରାଯିବା ଉଚିତ କାରଣ ଏହା ଆପଣଙ୍କ ସୁରକ୍ଷା ପାଇଁ ହୋଇଥାଏ । ତେଣୁ ଯଦି ଆପଣ କୌଣସି ଟ୍ରାଫିକ୍ ନିୟମକୁ ଉଲ୍ଲଂଘନ କରିଛନ୍ତି ଏବଂ ବର୍ତ୍ତମାନ ଦେଖିବାକୁ ଚାହୁଁଛନ୍ତି ତେବେ ଉପରୋକ୍ତ ଷ୍ଟେପ କୁ ଫଲୋ କରି ଭୁଗତାନ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.